ଓଡିଶା

ବିଧାୟକ କରୋନା ସଂକ୍ରମିତ

ନୀଳଗିରି: ବାଲେଶ୍ୱର ଜିଲ୍ଲାର ଜଣେ  ବିଧାୟକଙ୍କୁ କରୋନା । ରାଜ୍ୟରେ କୌଣସି ବିଧାୟକ ପଜିଟିଭ ହେବାର ଏହା ପ୍ରଥମ ଘଟଣା । ଏ ସମ୍ପର୍କରେ ବିଧାୟକ ନିଜେ ସୂଚନା ଦେଇଛନ୍ତି । ବିଧାୟକଙ୍କ କରୋନା ପରୀକ୍ଷାରୁ ତାଙ୍କ ରିପୋର୍ଟ ପଜିଟିଭ ଆସିଛି । ଏହି ଖବର ଆସିବା ପରେ ନୀଳଗିରିରେ ଆତଙ୍କ ଖେଳି ଯାଇଛି । କାରଣ ବିଭିନ୍ନ ସରକାରୀ ଓ ବେସରକାରୀ ବୈଠକରେ ସେ ଯୋଗଦେଉଥିଲେ। ଏହା ବ୍ୟତୀତ ବିଧାୟକ ତାଙ୍କ ଅଞ୍ଚଳରେ ଗାଁଠୁ ସହର ବୁଲି ଲୋକଙ୍କୁ କରୋନା ନେଇ ସଚେତନ କରାଇବା ସହ ମାସ୍କ ବଣ୍ଟନ କରିଆସୁଥିଲେ । ଏପରି କି ସେ ଲୋକଙ୍କୁ ନିଜେ ମାସ୍କ ପିନ୍ଧାଇଦେଉଥିଲେ । ଯଦି ତାଙ୍କ ସଂସ୍ପର୍ଶରେ କେହି ଲୋକ ଆସିଥିବେ ତେବେ ବିଧାୟକ ସୁପର ସ୍ପେଡର ହୋଇପାରନ୍ତି ।

Related posts

 ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ; ବିଭିନ୍ନ ଧାର୍ମିକ ଅନୁଷ୍ଠାନକୁ ନିମନ୍ତ୍ରଣ

mahabharatanews

ଗୁଣ୍ଠପଡା ଗ୍ରାମପଞ୍ଚାୟତରେ ମାଗଣା ଚକ୍ଷୁ ପରୀକ୍ଷା ଶିବିର

mahabharatanews

 ୨୪ ଘଣ୍ଟାରେ ରାଜ୍ୟରେ୧୩୪୧ ନୂଆ ଆକ୍ରାନ୍ତ ଚିହ୍ନଟ

mahabharatanews