ଓଡିଶା

ବିଧାୟକ କରୋନା ସଂକ୍ରମିତ

ନୀଳଗିରି: ବାଲେଶ୍ୱର ଜିଲ୍ଲାର ଜଣେ  ବିଧାୟକଙ୍କୁ କରୋନା । ରାଜ୍ୟରେ କୌଣସି ବିଧାୟକ ପଜିଟିଭ ହେବାର ଏହା ପ୍ରଥମ ଘଟଣା । ଏ ସମ୍ପର୍କରେ ବିଧାୟକ ନିଜେ ସୂଚନା ଦେଇଛନ୍ତି । ବିଧାୟକଙ୍କ କରୋନା ପରୀକ୍ଷାରୁ ତାଙ୍କ ରିପୋର୍ଟ ପଜିଟିଭ ଆସିଛି । ଏହି ଖବର ଆସିବା ପରେ ନୀଳଗିରିରେ ଆତଙ୍କ ଖେଳି ଯାଇଛି । କାରଣ ବିଭିନ୍ନ ସରକାରୀ ଓ ବେସରକାରୀ ବୈଠକରେ ସେ ଯୋଗଦେଉଥିଲେ। ଏହା ବ୍ୟତୀତ ବିଧାୟକ ତାଙ୍କ ଅଞ୍ଚଳରେ ଗାଁଠୁ ସହର ବୁଲି ଲୋକଙ୍କୁ କରୋନା ନେଇ ସଚେତନ କରାଇବା ସହ ମାସ୍କ ବଣ୍ଟନ କରିଆସୁଥିଲେ । ଏପରି କି ସେ ଲୋକଙ୍କୁ ନିଜେ ମାସ୍କ ପିନ୍ଧାଇଦେଉଥିଲେ । ଯଦି ତାଙ୍କ ସଂସ୍ପର୍ଶରେ କେହି ଲୋକ ଆସିଥିବେ ତେବେ ବିଧାୟକ ସୁପର ସ୍ପେଡର ହୋଇପାରନ୍ତି ।

Related posts

ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ

mahabharatanews

୧୩ ଓଏଏସଙ୍କ ପଦୋନ୍ନତି

mahabharatanews

ଦାଦା ଓ ଗଣେଶ୍ୱର କ୍ଳବ ମିଳିତ ଆନୁକୁଲ୍ୟର ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ

mahabharatanews