ଓଡିଶା

ପୋଲିସ ବାବୁଙ୍କ ଦାଦାଗିରି: ଚିକିତ୍ସା ଅବସ୍ଥାରେ ସାମ୍ବାଦିକଙ୍କ ଗୋଡ଼ରେ ବେଡ଼ି

ନୀଳଗିରି: ଚିକିତ୍ସା ସମୟରେ ସାମ୍ବାଦିକଙ୍କ ଗୋଡ଼ରେ ପଡ଼ିଲା ବେଡି । ବାଲେଶ୍ୱରରେ ଦେଖିବାକୁ ମିଳିଛି ଏହିଭଳି ଅଭାବନୀୟ ଘଟଣା । ସବୁ ସୀମା ଟପିଯାଇଛି ନୀଳଗିରି ପୋଲିସ । ଡାକ୍ତରଖାନାରେ ପୋଲିସ ବାବୁଙ୍କ ଖୁଲମଖୁଲ୍ଲା ଦାଦାଗିରି । ଜଣେ ଗଣମାଧ୍ୟମ ପ୍ରତିନିଧି ଲୋକନାଥ ଦଳାଇଙ୍କୁ ଆକ୍ରମଣ କରି ଗୋଡରେ ବେଡ଼ି ପକାଇ ଦେଇଛି ପୋଲିସ । ଆକ୍ରମଣ ଘଟଣାରେ ଆହତ ହେବା ପରେ ବାଲେଶ୍ୱର ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଲୋକନାଥ ଦଳାଇଙ୍କ ପାଦରେ ବେଡି ପକାଇ ରଖିଛି ନୀଳଗିରି ପୋଲିସ । ତେବେ ଏହି ଦୃଶ୍ୟ ପୋଲିସର ଆଇନ୍ କାନୁନ୍ ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ସୂଚନା ଅନୁସାରେ, ୩ ଦିନ ତଳେ ନୀଳଗିରି ବଜାରରେ ସାମ୍ବାଦିକ ଲୋକନାଥ ଦଳାଇ ଓ ନୀଳଗିରି ଥାନାର ଜଣେ ହୋମଗାର୍ଡଙ୍କ ଗାଡି ପରସ୍ପର ମଧ୍ୟରେ ଧକ୍କା ହୋଇଥିଲା । ଏହାକୁ ନେଇ ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା । ଘଟଣାରେ ମାମଲା ଥଣ୍ଡା ହୋଇଯାଇଥିଲା। କିନ୍ତୁ ହଠାତ୍ ଗତକାଲି ନୀଳଗିରି ପୋଲିସ ଥାନାକୁ ଡାକି ପଚରାଉଚରା କରିବା ସହ ଧକ୍କା ମାରିଥିଲେ । ଖୋଦ ନୀଳଗିରି ଆଇଆଇସି ଦ୍ରୌପଦୀ ଦାସ ସାମ୍ବାଦିକ ଲୋକନାଥଙ୍କୁ ଧକ୍କା ମାରିଥିଲେ । ଯାହାଫଳରେ ସାମ୍ବାଦିକ ଜଣକ ତଳେ ପଡିଯିବା କାରଣରୁ ତାଙ୍କ ଅଣ୍ଟାରେ ଆଘାତ ଲାଗିଥିଲା ।ସମ୍ପୃକ୍ତ ସାମ୍ବାଦିକ ଜଣଙ୍କୁ ହୋମଗାର୍ଡଙ୍କ ଏତଲା ଆଧାରରେ ନୀଳଗିରି ପୋଲିସ ଗିରଫ କରିଥିବା ସୂଚନା ମିଳିଛି । ତେବେ ସାମ୍ବାଦିକଙ୍କ ଗୋଡ଼ରେ ପୋଲିସ କାହିଁକି ବେଡି ପକାଇଛି । ଏହିଭଳି ପଦକ୍ଷେପ ନେବା ପଛରେ କଣ ରହିଛି ମୁଖ୍ୟ କାରଣ ତାର ସବିଶେଷ ସୂଚନା ମିଳିପାରି ନାହିଁ। ଅନ୍ୟପକ୍ଷେ ଚିକିତ୍ସା ବେଳେ ବେଡ଼ି ପଡ଼ିବାର ଅନୁଧ୍ୟାନ ଚାଲିଛି ବୋଲି କହିଛନ୍ତି ନୀଳଗିରି SDPO ।

Related posts

କଳା ବଜାରୀ ରୋକିବାକୁ ଓଡ଼ିଶା ପୋଲିସର ରଣନୀତି

mahabharatanews

ରାଜ୍ୟରେ କାରୋନା ସଂକ୍ରମଣ ବଢିଛି ; ୧୬୭ ଜଣ କରୋନା ପଜିଟିଭ ଚିହ୍ନଟ

mahabharatanews

ବାତ୍ୟା ମିଚାଉଙ୍ଗ୍; ଓଡ଼ିଶାରେ ପ୍ରବଳ ବର୍ଷା 

mahabharatanews