ଓଡିଶା

ସ୍ଵଚ୍ଛତା ପକ୍ଷରେ ଡାକ୍ତରଖାନା ପରିସର ସଫେଇ କଲେ ଡାକ୍ତର, ଶିକ୍ଷକ ଓ କର୍ମଚାରୀ

ସୋନପୁର : ନାଇକେନପାଲି ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରଠାରେ ବ୍ଲକସ୍ତରୀୟ ବିଶ୍ଵ ସ୍ଵସ୍ଥ୍ୟ ଦିବସ ପାଳିତ ହୋଇଯାଇଛି। ଏହି ପାଳନତ୍ସୋବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରର ଅଧୀକ୍ଷକ ଡାକ୍ତର ସଂଗୀତା ଚୌଧୁରୀ ସ୍ଵଚ୍ଛତା ହିଁ ଉତ୍ତମ ସ୍ଵାସ୍ଥ୍ୟର ମୂଳମନ୍ତ୍ର ବୋଲି ଉଲ୍ଲେଖ କରିଥିଲେ। ସ୍ଵାସ୍ଥ୍ୟଶିକ୍ଷା ବିଶେଷଜ୍ଞ ପ୍ରଦ୍ୟୁମ୍ନ କୁମାର ସାହୁ କାର୍ୟ୍ୟକ୍ରମ ପରିଚାଳନା କରିବା ସହ ବିଶ୍ଵ ସ୍ଵାସ୍ଥ୍ୟ ଦିବସର ବାର୍ତ୍ତା ‘ଆମ ପୃଥିବୀ, ଆମ ସ୍ଵାସ୍ଥ୍ୟ’ ଉପରେ ଆଲୋଚନା କରି ଜଳ, ପବନ ଏବଂ ଖାଦ୍ୟକୁ ସ୍ଵଚ୍ଛ ରଖିବାକୁ ସମସ୍ତଙ୍କୁ ଆହ୍ଵାନ ଦେଇଥିଲେ। ୧ ଏପ୍ରିଲରୁ ଆରମ୍ଭ ହୋଇଥିବା ସ୍ଵଚ୍ଛତା ପକ୍ଷ ଅନ୍ତର୍ଗତ ସାମୁହିକ ସଫେଇ କାର୍ୟ୍ୟକ୍ରମକୁ ମଧ୍ୟ ଆଜି ଆୟୋଜିତ କରାଯାଇଥିଲା।

ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରର ଡାକ୍ତର ଓ କର୍ମଚାରୀଙ୍କ ସମେତ ସୋନପୁର ବ୍ଲକର ବିଭିନ୍ନ ବିଦ୍ୟାଳୟରୁ ପ୍ରାୟ ୬୦ ଜଣ ଶିକ୍ଷକ ଶିକ୍ଷୟତ୍ରୀ ଏହି ସଫେଇ କାର୍ୟ୍ୟକ୍ରମରେ ଯୋଗଦେଇ ଡାକ୍ତରଖାନା ପରିସରକୁ ସଫା କରିଥିଲେ। ଠିକ୍ ସେହିପରି ପ୍ରାଥମିକ ସ୍ଵାସ୍ଥ୍ୟକେନ୍ଦ୍ର ଲଚ୍ଛିପୁର ଓ ସାହାଜପିଟା ସମେତ ସମସ୍ତ ଉପକେନ୍ଦ୍ରସ୍ତରୀୟ ସ୍ଵାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରରେ ଗୋଷ୍ଠୀ ସ୍ଵାସ୍ଥ୍ୟ ଅଧିକାରୀମାନଙ୍କ ଅଧ୍ୟକ୍ଷତାରେ ବିଶ୍ଵ ସ୍ଵାସ୍ଥ୍ୟ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଗାଁ କଲ୍ୟାଣ ସମିତିମାନଙ୍କ ସୌଜନ୍ୟରୁ ବିଭିନ୍ନ ଗ୍ରାମରେ ସାମୁହିକ ସଫେଇ କର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ୧୫ ଏପ୍ରିଲ ଯାଏଁ ସ୍ଵଚ୍ଛତା ପକ୍ଷ ଚାଲିବାକୁ ଥିବା ବେଳେ ଆଜି ପାଳନତ୍ସୋବରେ ସହଯୋଗ ପାଇଁ ଗୋଷ୍ଠୀ କାର୍ୟ୍ୟକ୍ରମ ପରିଚାଳକ ଅଶୋକ ମିଶ୍ର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Related posts

ଆନ୍ତର୍ଜାତୀୟ ଡକ୍ଟରେଟ ପୁରସ୍କାରରେ ସମ୍ମାନିତ ହେଲେ ସାମାଜିକ କର୍ମୀ ଡ. ନବିନ ଚନ୍ଦ୍ର ଗୋରଡା

mahabharatanews

କଟକଣା ଉଲ୍ଲଂଘନ ୨ ମୋଟରସାଇକେଲ ଜବତ ସହ ୩ ଗିରଫ

mahabharatanews

ଅନୁଷ୍ଠିତ ହେଲା ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ ମହକ

mahabharatanews