ମନୋରଞ୍ଜନ

ବ୍ୟବସାୟ ଯାତ୍ରା ଆରମ୍ଭ କଲେ ଗୋଲଡେନ ବୟ

(ଦିଲ୍ଲୀ) :  ଭାରତର ଗୋଲଡେନ ବୟ ଭାବେ ପରିଚିତ ନୀରଜ ଚୋପ୍ରା ବ୍ୟବସାୟ ଜଗତରେ ପାଦ ଥାପିଛନ୍ତି । ଜାଭେଲିନ୍ ଥ୍ରୋ ସୁପରଷ୍ଟାର ନୀରଜ ଚୋପ୍ରା ଏକ ଓଟିଟି ଷ୍ଟାର୍ଟଅପରେ ନିବେଶ କରି ନିଜର ବ୍ୟବସାୟ ଯାତ୍ରା ଆରମ୍ଭ କରିଛନ୍ତି । ସେ ଆଞ୍ଚଳିକ ଓଟିଟି ପ୍ଲାଟଫର୍ମ ‘ଷ୍ଟେଜ୍’ ରେ ଟଙ୍କା ବିନିଯୋଗ କରିଛନ୍ତି ।

ସୂଚନାନୁଯାୟୀ ,  ଏହି ଆପ୍ ବେଶ୍‌ ଲୋକପ୍ରିୟ ହୋଇଥିବାବେଳେ ଏଥିରେ ହିନ୍ଦୀ ଏବଂ ସ୍ଥାନୀୟ ଭାଷାରେ କଣ୍ଟେଣ୍ଟ ଉପଲବ୍ଧ ରହିଛି । ୬୦ ଲକ୍ଷରୁ ଅଧିକ ଦର୍ଶକ ଇନଷ୍ଟଲ କରିଥିବାବେଳେ ପ୍ରାୟ ୫.୫ ଲକ୍ଷ ଲୋକ ସବସକ୍ରାଇବର ଅଛନ୍ତି। ଏହି ଓଟିଟି ଆପ୍ ସ୍ଥାନୀୟ ଭାଷାରେ କଣ୍ଟେଣ୍ଟ ପାଇଁ ବେଶ ଜଣାଶୁଣା । ନିବେଶ ନେଇ ନୀରଜ ଚୋପ୍ରା କହିଛନ୍ତି ଯେ ଆମେ ଯେଉଁ ସ୍ଥାନରୁ ଆସୁଛୁ ସେହି ସ୍ଥାନର ସଂସ୍କୃତି, ଭାଷା ଏବଂ ଉପଭାଷାକୁ ପ୍ରୋତ୍ସାହିତ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହା ମୋର ପରିଚୟ ଏବଂ ମୁଁ ଏଥିପାଇଁ ଗର୍ବିତ।

Related posts

ଫିଲ୍ମ‘ଦ ଲିଜେଣ୍ଡ’ର ଟ୍ରେଲର୍‌ ରିଲିଜ,ନିଜ ଲୁକରେ ଘାଇଲା କଲେ ଉର୍ବଶୀ

mahabharatanews

‘ଟାଇଗର-୩’ର ପ୍ରଥମ ଗୀତ ରିଲିଜ, ସଲମାନ-କ୍ୟାଟ୍ରିନାଙ୍କ ସ୍ୱାଗ୍

mahabharatanews

‘ତାରେକ ମେହେତା କା ଉଲଟା ଚଷମା’ ର ପ୍ରଯୋଜକଙ୍କ ନାମରେ ସଙ୍ଗୀନ ଅଭିଯୋଗ

mahabharatanews