ମନୋରଞ୍ଜନ

୧୯ରେ ରିଲିଜ ହେବ ଚଳଚ୍ଚିତ୍ର ‘ମେଁ ଅଟଳ ହୁଁ’ 

(ମୁମ୍ବାଇ) : ଜାନୁଆରି ୧୯ ତାରିଖରେ ବଡ଼ ପରଦାରେ ମୁକ୍ତିଲାଭ କରିବ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଜୀବନୀ ଆଧାରିତ ଚଳଚ୍ଚିତ୍ର ‘ମେଁ ଅଟଳ ହୁଁ’ ।  ଅଭିନେତା ପଙ୍କଜ ତ୍ରିପାଠୀ ମଙ୍ଗଳବାର ଘୋଷଣା କରିଛନ୍ତି ଯେ ଆସନ୍ତା ବର୍ଷ ଜାନୁଆରି ୧୯ ତାରିଖରେ ବଡ଼ ପରଦାରେ ମୁକ୍ତିଲାଭ କରିବ। ଜାତୀୟ ଚଳଚ୍ଚିତ୍ର ପୁରସ୍କାରପ୍ରାପ୍ତ ଅଭିନେତା ପଙ୍କଜ ଏଥିରେ ମୁଖ୍ୟ ଚରିତ୍ର (ଅଟଳଙ୍କ ଭୂମିକା)ରେ ଅଭିନୟ କରିଛନ୍ତି।

ସୂଚନାନୁଯାୟୀ, ‘ଇନ୍‌ଷ୍ଟାଗ୍ରାମ୍’ରେ ପଙ୍କଜ ଏହି ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ରର ନୂଆ ପୋଷ୍ଟର୍ ଉନ୍ମୋଚନ କରିଛନ୍ତି ଯେଉଁଥିରେ ଉଲ୍ଲେଖ ରହିଛି, “ସୁନାର ହୃଦୟ, ଲୌହ ମାନବ। ଜଣେ କବି ଯିଏ ଭାରତର ନୂଆ ଇତିହାସ ରଚିଥିଲେ। ଚଳଚ୍ଚିତ୍ର ନିର୍ମାତା ରବି ଯାଦବ ଏହି ସିନେମାର ନିର୍ଦେଶନା ଦେଇଥିବା ବେଳେ ରବିଙ୍କ ସମେତ ଉତ୍କର୍ଷ ନୈଥାନୀ ଓ ଋଷି ବୀରମଣୀ ଏହାର କାହାଣୀ ରଚନା କରିଛନ୍ତି।

Related posts

ଅଜୟ ଦେବଗନଙ୍କ ଫିଲ୍ମ ‘ମୈଦାନ’ ରିଲିଜ୍ 

mahabharatanews

ସ୍ୱାମୀଙ୍କୁ ଚୁମ୍ବନ ଦେଇ ଚର୍ଚାରେ ନୟନତାରା 

mahabharatanews

୧୬ରେ ପରଦାକୁ ଆସିବ ପ୍ରଭାସଙ୍କ ଫିଲ୍ମ ‘ଆଦିପୁରୁଷ’

mahabharatanews