ଓଡିଶା

ସାବଧାନ ରୁହନ୍ତୁ, ଏବେ ମାତିଛି ସ୍କ୍ରବ ଟାଇଫସ 

(ଭୁବନେଶ୍ୱର) :  ରାଜ୍ୟରେ ଡେଙ୍ଗୁ ମାମଲା ଚିହ୍ନଟ ହେଉଥିବା ନେଇ କିଛି ଏପରି କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର। ଏବେ ରାଜ୍ୟରେ ସ୍କ୍ରବ ଟାଇଫସ୍ ସଂକ୍ରମଣ ବି ବଢ଼ୁଛି। ସେଥିପାଇଁ ସେ ରାଜ୍ୟବାସୀଙ୍କୁ ସାବଧାନ ରହିବାକୁ ପରାମର୍ଶ ଦେଇଛନ୍ତି। ‘ସାବଧାନ ରୁହନ୍ତୁ। ଏବେ ସ୍କ୍ରବ ଟାଇଫସ ମାତିଛି। ଏହା ଚିଗର ନାମକ କୀଟ କାମୁଡ଼ିଲେ ହେଉଛି। ବିଲ ବା ଜଙ୍ଗଲ ଯାଉଥିବା ଲୋକଙ୍କୁ ଏହା ହେଉଛି। ଏହି ସ୍କ୍ରବ ଟାଇଫସ ହେଲେ  ଜ୍ୱର ଲାଗି ରହେ। ମୃତ୍ୟୁ ସମ୍ଭାବନା ବି ଅଛି।

ଜନସ୍ୱାସ୍ଥ୍ୟ ନିର୍ଦେଶକ କହିଛନ୍ତି ଯେ  ‘‘ଡେଙ୍ଗୁ ବଢିନି, ସ୍ଥିର ଅବସ୍ଥାରେ ଅଛି। ଭୁବନେଶ୍ୱରରେ ଦୈନିକ ୮୦ରୁ  ୧୦୦ ମାମଲା ଆସୁଛି। ସାରା ରାଜ୍ୟରେ ଦୈନିକ ୨୦୦ ମାମଲା ଦେଖାଦେଉଛି। ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୨୧୩୩ ରୋଗୀ ଚିହ୍ନଟ ହୋଇଛନ୍ତି। ଏହା ଏକ ଭାଇରାଲ୍‌ ରୋଗ। ମଣିଷରୁ ମଣିଷକୁ ସଂକ୍ରମିତ ହୁଏନି। ଡେଙ୍ଗୁ ରୋଗୀ ବାହାର ରାଜ୍ୟରୁ ଆସିଥିଲେ ପରିବାର ଆକ୍ରାନ୍ତ ହେବାର ଆଶଙ୍କା ରହିଛି।’’

Related posts

ପିପିଲି ଉପନିର୍ବାଚନ ନିମନ୍ତେ ନୋଡାଲ ଅଧିକାରୀଙ୍କ ବୈଠକ

mahabharatanews

ଆବାସ ଯୋଜନାରେ କାର୍ଯ୍ୟାଦେଶ ବଣ୍ଟନ ନେଇ ପ୍ରତିକ୍ରିୟା ରଖିଲେ ପଞ୍ଚାୟତି ରାଜ ମନ୍ତ୍ରୀ ପ୍ରଦୀପ ଅମାତ

mahabharatanews

ତୃତୀୟ ଲହର ଶିଶୁଙ୍କୁ ଅଧିକ ପ୍ରଭାବିତ କରିବ: ଡିଏମଇଟି

mahabharatanews