ମନୋରଞ୍ଜନ

ନିର୍ଦ୍ଦେଶକଙ୍କ ଆତ୍ମହତ୍ୟା;  ୫ଜଣଙ୍କ ବିରୋଧରେ ମାମଲା ରୁଜୁ

(ମୁମ୍ବାଇ) : ନିର୍ଦ୍ଦେଶକ ନିତିନ ଦେଶାଇଙ୍କ ମୃତ୍ୟୁ ପର ବଲିଉଡ ପୁରା ସ୍ତବ୍ଧ ହୋଇଯାଇଛି ।  ଅଗଷ୍ଟ ୨ରେ ଏନଡି ଷ୍ଟୁଡିଓରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିଲେ।  ଏମଧ୍ୟରେ ନିତିନଙ୍କ ପତ୍ନୀ ନେହା ଦେଶାଇଙ୍କ ଅଭିଯୋଗକ୍ରମେ ୫ଜଣକ ବିରୋଧରେ ପୁଲିସ ଏତଲା ରୁଜୁ କରିଥିବା ସାମ୍ନାକୁ ଆସିଛି।

ସୂଚନାନୁଯାୟୀ , ନେହା ପୁଲିସକୁ କହିଛନ୍ତି ଯେ ଇସିଏଲ ଫାଇନାନ୍ସ କମ୍ପାନି ଏବଂ ଏଡେଲବାଇସ୍ ଗ୍ରୁପର ଅଧିକାରୀମାନେ ଋଣ ପରିଶୋଧ ନେଇ ମାନସିକ ଚାପ ଦେଉଥିବାରୁ ନିତିନ ଦେଶାଇ ଆତ୍ମହତ୍ୟା କରିଛନ୍ତି। ନେହାଙ୍କ ଅଭିଯୋଗକୁ ଭିତ୍ତି କରି ପୁଲିସ ଆଇପିସିର ଧାରା ୩୦୬ ଏବଂ ୩୪ ଅନୁଯାୟୀ ଇସିଏଲ ଫାଇନାନ୍ସ କମ୍ପାନି ଏବଂ ଏଡେଲବାଇସର ଅଧିକାରୀଙ୍କ ସମେତ ୫ଜଣଙ୍କ ବିରୋଧରେ ଏତଲା ରୁଜୁ କରିଛି। ଖାଲାପୁର ପୁଲିସ ଏହି ଘଟଣାର ତଦନ୍ତ କରୁଥିବା ଜଣାଯାଇଛି।

Related posts

ଆଜି ମୁକ୍ତିଲାଭ କରିବ ଅକ୍ଷୟ କୁମାରଙ୍କ ଚଳଚ୍ଚିତ୍ର ଓଏମଜି-୨

mahabharatanews

୮୮ ବର୍ଷରେ ପାଦ ଥାପିଲେ ପ୍ରସିଦ୍ଧ ଅଭିନେତା ଧର୍ମେନ୍ଦ୍ର

mahabharatanews

ବିବାହ ବନ୍ଧନରେ ଆବଦ୍ଧ ହେଲେ କ୍ରିକେଟର ନବଦୀପ

mahabharatanews