ମନୋରଞ୍ଜନ

ଆଜି ମୁକ୍ତିଲାଭ କରିବ ଅକ୍ଷୟ କୁମାରଙ୍କ ଚଳଚ୍ଚିତ୍ର ଓଏମଜି-୨

(ମୁମ୍ବାଇ) : ଖୁବଶୀଘ୍ର ରିଲିଜ ହେବ  ବଲିଉଡ ସୁପରଷ୍ଟାର ଅକ୍ଷୟ କୁମାରଙ୍କ ଚଳଚ୍ଚିତ୍ର ଓଏମଜି-୨ ଫିଲ୍ମକୁ ଗ୍ରୀନ୍ ସିଗନାଲ ମିଳିବା ପରେ ଫିଲ୍ମଟି  ଅଗଷ୍ଟ ୧୧ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ ବୋଲି ଜଣାପଡ଼ିଛି। ଫିଲ୍ମର ଟିଜର ରିଲିଜ ହେବା ପରଠାରୁ ଫିଲ୍ମକୁ ନେଇ ଚର୍ଚ୍ଚା ଲାଗି ରହିଛି।ଏହା ସହ ଫିଲ୍ମକୁ ଏ ସାର୍ଟିଫିକେଟ୍ ଦେଇଛି ସେନସର ବୋର୍ଡ।

ସୂଚନାନୁଯାୟୀ , ଫିଲ୍ମରେ ଥିବା କିଛି ଦୃଶ୍ୟକୁ ସେନସର ବୋର୍ଡ କାଟିବା ପରେ ଫିଲ୍ମଟି ରିଲିଜ୍ ହେବ। ହେଲେ ଏବେ ଖବର ସାମ୍ନାକୁ ଆସିଛି ଯେ, ଫିଲ୍ମର କୌଣସି ଦୃଶ୍ୟ କଟା ନଯାଇ ଏହାକୁ ରିଲିଜ୍ ପାଇଁ ଅନୁମତି ଦିଆଯାଇଛି। ତେବେ ଫିଲ୍ମର କୌଣସି ଦୃଶ୍ୟ କଟା ନଯାଉଥିବା ବେଳେ ଏଥିରେ ଥିବା କିଛି ସଂଳାପକୁ ବଦଳାଇବାକୁ ଫିଲ୍ମ ନିର୍ମାତାଙ୍କୁ କହିଛି ସେନସର ବୋର୍ଡ। ଏବେ ଏହି ସବୁ ପରିବର୍ତ୍ତନ ସହ ଫିଲ୍ମଟି ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ। ବଡ଼ କଥା ହେଲା ଗତ ୧୨ବର୍ଷ ପରେ  ଅକ୍ଷୟଙ୍କର ଏହି ଚଳଚ୍ଚିତ୍ରକୁ ‘ଏ’ ସାର୍ଟିଫିକେଟ୍ ଦିଆଯାଇଛି। ଏହାପୂର୍ବରୁ ୨୦୧୧ ମସିହାରେ ଅକ୍ଷୟଙ୍କ ଫିଲ୍ମ ଦେଶୀ ବଏଜକୁ ‘ଏ’ ସାର୍ଟିଫିକେଟ୍ ମିଳିଥିଲା।

Related posts

ସରିଲା ନିର୍ବନ୍ଧ

mahabharatanews

 ଶଶୁର ଓ ସ୍ବାମୀ ବଚ୍ଚନଙ୍କ ନଜର ଆସିଲେ ଐଶ୍ବର୍ଯ୍ୟା

mahabharatanews

ସଲମାନଙ୍କ ପାଇଁ ନିଜ ନାମ ବଦଳାଇ ଦେଇଥିଲେ ଅଭିନେତ୍ରୀ କିଆରା ଆଡଭାନୀ

mahabharatanews