ଓଡିଶା

ଲଗାଣ ବର୍ଷା ; ଲୋକଙ୍କୁ ଘାଟି ରାସ୍ତା ମନା

(କନ୍ଧମାଳ) : କନ୍ଧମାଳ ଜିଲ୍ଲାରେ ଗତ ୧୨ ଘଣ୍ଟା ମଧ୍ୟରେ ରେକର୍ଡ ପରିମାଣରେ ବର୍ଷା ହୋଇଛି। ଦୁଇ ସପ୍ତାହ ଧରି ଜିଲ୍ଲାରେ ବର୍ଷା ଲାଗି ରହିଥିବା ବେଳେ ଗତ ୧୨ ଘଣ୍ଟାରେ ପ୍ରବଳ ବର୍ଷିଛି। ଫଳରେ ଜିଲ୍ଲାର ବିଭିନ୍ନ ନଦୀରେ ଜଳସ୍ତର ବୃଦ୍ଧି ପାଇଛି। ଅନ୍ୟପଟେ ବର୍ଷା ଯୋଗୁଁ ଜିଲ୍ଲାର ବିଭିନ୍ନ ଘାଟିରାସ୍ତାରେ ଯାତାୟାତ କିମ୍ବା ଯାନବାହନ ଚଳାଚଳ ନ କରିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସତର୍କତା ଜାରି କରାଯାଇଛି।

ସୂଚନାନୁଯାୟୀ, ବର୍ଷାରେ ରାଇକିଆ ଓ ସୋରଡ଼ା ମଧ୍ୟରେ ସଂଯୋଗ କରୁଥିବା କରଡ଼ାଘାଟି ଏବଂ ଫୁଲବାଣୀ ଓ ବୌଦ୍ଧ ମଧ୍ୟରେ ସଂଯୋଗ କରୁଥିବା ରାଣୀପଥର ଘାଟିର କେତେକ ସ୍ଥାନରେ ମାଟି ଅତଡ଼ା ଖସି ପଡ଼ିଥିବା ସୂଚନା ମିଳିଛି। ସେହିଭଳି ଭେଟଖୋଲ ଘାଟି ରାସ୍ତା ବିପଦସଂକୁଳ ରହିଛି। ଦାରିଙ୍ଗିବାଡ଼ି ଓ ସୋରଡ଼ା ମଧ୍ୟରେ ଥିବା ସାତବାଙ୍କିଆ ଘାଟିରେ ମଧ୍ୟ କେତେକ ସ୍ଥାନରେ ଭୂ-ସ୍ଖଳନ ହୋଇଛି। କଣ୍ଟାମାଳ ଓ ଗୋଚ୍ଛାପଡ଼ା ମଧ୍ୟରେ ଥିବା ସୁଟାଣି ଘାଟି, ଫିରିଙ୍ଗିଆର ପକାରି ଘାଟି ଓ ବିଲୁରି ଘାଟି ଲଗାଣ ବର୍ଷା ଯୋଗୁଁ ବିପଦସଂକୁଳ ହୋଇଛି। ଏସବୁ ରାସ୍ତା ଦେଇ ଯାତାୟାତ ନ କରିବାକୁ ପ୍ରଶାସନ କହିଛି।

Related posts

ଜାତୀୟ ଶିକ୍ଷା ନୀତି ସମ୍ପର୍କିତ ଆଲୋଚନା ଚକ୍ର ଅନୁଷ୍ଠିତ

mahabharatanews

ମର୍ମନ୍ତୁଦ ଦୁର୍ଘଟଣାରେ ଯୁବକ ଚାରି ଗୁରୁତର

mahabharatanews

ଅସହ୍ୟ ତାତି : ପାରଦ ୪୫ ଡିଗ୍ରୀ ପାର

mahabharatanews