ଭାରତ

ପୁଣି ବଢ଼ିଲା କ୍ଷୀର ଦର

(କର୍ଣ୍ଣାଟକ) : ଖାଉଟିଙ୍କୁ ପୁଣି ମହଙ୍ଗା ମାଡ଼ । ସାରା ଦେଶରେ ଟମାଟୋ ଦର ପକେଟକୁ ସୁହାଉନଥିବା ବେଳେ ଏବେ ବଢିଲା କ୍ଷୀର ଦର । ଆଜିଠାରୁ କର୍ଣ୍ଣାଟକ ସରକାର ନନ୍ଦିନୀ କ୍ଷୀରର ମୂଲ୍ୟ ଲିଟର ପିଛା ୩  ଟଙ୍କା ବଢ଼ାଇଛନ୍ତି । କ୍ଷୀର ଲିଟର ୫ ଟଙ୍କା ବଢ଼ାଇବା ପାଇଁ କର୍ଣ୍ଣାଟକ ମିଲକ ଫେଡେରେସନ (କେଏମଏମ) ପକ୍ଷରୁ ପ୍ରସ୍ତାବ ଆଗତ କରାଯାଇଥିଲା । ମାତ୍ର ରାଜ୍ୟ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ଶେଷରେ 3 ଟଙ୍କା ଦର ବୃଦ୍ଧି କରିଛନ୍ତି ।

ସୂଚନାନୁଯାୟୀ ,  ଆଜିଠାରୁ ଲାଗୁ ନୂଆ ହେଲା କମ୍ପାନୀର କହିବାନୁସାରେ, ୩୯  ଟଙ୍କାରେ ବିକ୍ରି ହେଉଥିବା କ୍ଷୀର ବର୍ତ୍ତମାନ ଲିଟର ପିଛା 42 ଟଙ୍କାରେ ବିକ୍ରି ହେବ । ଅନ୍ୟାନ୍ୟ ସ୍ଥାନରେ ସମାନ ଦୁଗ୍ଧ ଲିଟର ପିଛା 54 ରୁ 56 ଟଙ୍କା ମଧ୍ୟରେ ବିକ୍ରି ହୁଏ । ତାମିଲନାଡୁରେ ଏହାର ମୂଲ୍ୟ ଲିଟର ପିଛା 44 ଟଙ୍କା ରହିଛି। କୃଷକମାନେ ମଧ୍ୟ ଲାଭ ପାଇବେ ଇଶାନ କିଶାନ ପ୍ଲେୟାର ଅଫ୍ ଦି ସିରିଜ୍ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା କହିଛନ୍ତି ଯେ କର୍ଣ୍ଣାଟକ ସର୍ବନିମ୍ନ ମୂଲ୍ୟରେ ଦୁଗ୍ଧ ବିକ୍ରି କରୁଥିବାବେଳେ ଅନ୍ୟ ରାଜ୍ୟରେ କ୍ଷୀରର ମୂଲ୍ୟ ବହୁତ ଅଧିକ ରହିଛି । ଚାଷୀଙ୍କ ପାଇଁ ସରକାର ଏହି ନିଷ୍ପତ୍ତି ନେଇଛନ୍ତି।

Related posts

‘ପୁଷ୍ପକ’ର ସଫଳ ଅବତରଣ

mahabharatanews

ବାରାଣସୀ ଷ୍ଟାଡିୟମରେ ଭଗବାନ ଶିବଙ୍କ ଥିମ୍ 

mahabharatanews

ଚନ୍ଦ୍ରଯାନ-୩; ବଦଳିଲା ରୋଭରର ପଥ

mahabharatanews