ଓଡିଶା

ବନ୍ୟଜନ୍ତୁ ଆକ୍ରମଣ ; ପାଗଳ ବିଲୁଆ କାମୁଡ଼ାରେ ୭ ଆହତ

(ଗଂଜାମ) : ଦିନକୁ ଦିନ ଜନବସତି ମୁହାଁ ହେଉଛନ୍ତି ବନ୍ୟଜନ୍ତୁ । ଏହିଭଳି ଏକ ଘଟଣା ଦେଖିବାକୁ ମିଳିଛି  ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ୍‌ ସାହସପୁର ଗ୍ରାମରେ । ପାଗଳ ବିଲୁଆ କାମୁଡ଼ାରେ ୬ ମହିଳା ଓ ଜଣେ ପୁରୁଷ ଆହତ ହୋଇଥିବା ଜଣାପଡ଼ିଛି। ଏହାସହ ବିଲୁଆଟି ଦୁଇଟି କୁକୁରକୁ ମଧ୍ୟ କାମୁଡି ଦେଇଥିବା ବେଳେ ଏହି କୁକୁର ପ୍ରତି ମଧ୍ୟ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ଖବର ପାଇ ପାଟପୁର ଫରେଷ୍ଟର ଓ ଦିଗପହଣ୍ଡି ରେଞ୍ଜର୍‌ଙ୍କ ସମେତ ୩ ଜଣ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଅନୁଧ୍ୟାନ କରିଛନ୍ତି ।

ସୂଚନାନୁଯାୟୀ , ପାଗଳ ବିଲୁଆ ଆତଙ୍କରେ ସାହସପୁର, ତିତିଖଣ୍ଡି, ହାଟପଦା ଅଂଚଳରେ ଲୋକେ ଭୟଭୀତ ହୋଇଛନ୍ତି। ଆହତଙ୍କ ମଧ୍ୟରେ ମନୁ ନାୟକ, ଜୟନ୍ତୀ ସେଠୀ , ଏନ୍.ଲକ୍ଷ୍ମୀଆମା , ଏନ୍. ଗାୟତ୍ରୀ ପାତ୍ର , ଭାସିନୀ ବେହେରା , କେ.ଦମୟନ୍ତୀ ଦୋରା , ନରହରି ସ୍ୱାଇଁ। ସମସ୍ତ ଆହତଙ୍କୁ ପ୍ରଥମେ ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା କରାଯାଇଥିଲା। ସେମାନଙ୍କ ମଧ୍ୟରୁ ୪ ଜଣ ଗୁରୁତର ଥିବାରୁ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।

Related posts

ଗତ ୨୪ ଘଣ୍ଟା ମଧ୍ୟରେ ୧୭ ଜଣ ମୁଣ୍ଡ ଗଲା

mahabharatanews

ଶ୍ରୀଜିଉଙ୍କ ପାଇଁ ସଜେଇ ହେଉଛି ଶ୍ରୀଗୁଣ୍ଡିଚା ମନ୍ଦିର

mahabharatanews

ମନୁଷ୍ୟକୃତ ଘାଇକୁ ନେଇ ଧର୍ମଶାଳା ବିଧାୟକଙ୍କୁ ଲୋକାୟୁକ୍ତ ନୋଟିସ

mahabharatanews