ଓଡିଶା

୧୦ ଜିଲ୍ଲାରେ ହେବନି ବସ୍‌ ଧର୍ମଘଟ

(ଭୁବନେଶ୍ୱର) : ଆଜି ୧୦ ଜିଲ୍ଲାରେ ହେବନି ବସ୍‌ ଧର୍ମଘଟ । କଳାହାଣ୍ଡି ଜିଲ୍ଲା ସହ ପାଖ ୧୦ ଜିଲ୍ଲାରେ ଘରୋଇ ବସ୍ ଧର୍ମଘଟ ହେବନାହିଁ । କାଲି ବ୍ଲକ୍‌ରୁ ଜିଲ୍ଲାକୁ ଲକ୍ଷ୍ମୀ ବସ୍‌ ଚାଲିଲେ ଧର୍ମଘଟ ହେବ କହିଥିଲା ସଂଘ । ହେଲେ ଆଜି ରାଜ୍ୟ ସରକାରଙ୍କ ସହ ଆଲୋଚନା ପରେ ଧର୍ମଘଟରୁ ଓହରିଲେ ସାଙ୍ଗ । ଧର୍ମଘଟରୁ ଓହରିବା ନେଇ ସଂଘ ସଂପାଦକ ଦେବେନ୍ଦ୍ର ସାହୁଙ୍କ ସୂଚନା ଦେଉଛନ୍ତି ।

ସୂଚନାନୁଯାୟୀ, ଭବାନୀପାଟଣା ସହ ଆଖପାଖ ୧୦ ଜିଲ୍ଲାରେ ଧର୍ମଘଟ ଚେତାବନୀ ଦେଇଥିଲା ସଙ୍ଘ । ରାଜ୍ୟ ସରକାରଙ୍କ ଲକ୍ଷ୍ମୀ ବସ୍ ଯୋଜନାକୁ ପରିଷଦରେ ତୀବ୍ର ବିରୋଧ କରାଯାଇଥିଲା । ଗାଁରୁ ବ୍ଲକ ହେଡକ୍ବାର୍ଟରକୁ ଯାତ୍ରୀ ପରିବହନ ସୁଗମ କରିବା ଲକ୍ଷ୍ୟରେ ରାଜ୍ୟ ସରକାର ଲକ୍ଷ୍ମୀ ବସ୍ ଯୋଜନା ଆରମ୍ଭ କରିବାକୁ ଯାଉଛନ୍ତି । ଯାହାକି ଘରୋଇ ବସ୍ ମାଲିକଙ୍କୁ ଘୋର କ୍ଷତି ପହଞ୍ଚାଇବା ସହ ଏହା ଉପରେ ନିର୍ଭର କରି ଚଳୁଥିବା ହଜାର ହଜାର କର୍ମଚାରୀଙ୍କ ପେଟ ପାଟଣାକୁ ଲାତ ବୋଲି କହିଛି ଘରୋଇ ବସ୍ ମାଲିକ ସଂଘ ।

Related posts

ଆହୁରି ବଢିବ ତାତି ,ଅସ୍ତବ୍ୟସ୍ତ ଜନଜୀବନ 

mahabharatanews

ଆଜି ରାଜ୍ୟରେ ୧୧୦ ଜଣ କରୋନା ପଜିଟିଭ ଚିହ୍ନଟ

mahabharatanews

ପୁରୀ ଜିଲ୍ଲାର ବିଭିନ୍ନ ହସ୍ପିଟାଲରେ କେମିକାଲ ସିଞ୍ଚନ କରାଯାଇ ସାନିଟାଇଜ କରାଗଲା

mahabharatanews