ଭାରତ

ଏହି ଦେଶକୁ ଛୁଇଁନି କରୋନା

ମାଇକ୍ରୋନେସିଆ:ବିଶ୍ୱରେ ଏବେ ଗୋଟିଏ ଚିନ୍ତା କ ରୋନା । ଏହାକୁ ନିପାତ କରିବାକୁ ପ୍ରାଣପଣେ ଚେଷ୍ଟା ଜାରି ରହିଛି । ଏହାରି ମଧ୍ୟରେ ଆଉ ଏକ ଖବର ସାମ୍ନାକୁ ଆସିଛି । ଏହି ଜାଗାରେ କ ରୋନା କେଶ ଜମା ବି ଦେଖିବାକୁ ମିଳି ନାହିଁ । ପ୍ରଶାନ୍ତ ମହାସାଗରରେ ଥିବା ୪ଟି ଦ୍ୱୀପକୁ ନେଇ ଗଠିତ ମାଇକ୍ରୋନେସିଆ । ଏଠାରେ କେହି ବି ପଜିଟିଭ୍ ଚିହ୍ନଟ ନାହାଁନ୍ତି । ସେହିପରି ନାଉରାରେ ମଧ୍ୟ କେହି କରୋନା ସଂକ୍ରମିତ ହୋଇ ନାହାଁନ୍ତି । ଏଠାରେ ପ୍ରତି ୧୦୦ ଲୋକରେ ୬୮ ଜଣ ଭାକସିନ୍ ଲଗାଇ ସାରିଛନ୍ତି । ଏତତ୍ ବ୍ୟତୀତ ନିଉ, ପିଟକେରାନ୍ ଆଇଲାଣ୍ଡ, ସେଣ୍ଟ୍ ହେଲେନାରେ ମଧ୍ୟ କେହି ପଜିଟିଭ୍ ଚିହ୍ନଟ ହୋଇ ନାହାଁନ୍ତି । ଏଠାରେ ୧୦୦ରେ ୫୮ରୁ ୭୯ ଜଣ ଲୋକଙ୍କୁ ଟିକା ଦିଆଯାଇଛି । ୧୫୦୦ ଜନ ସଂଖ୍ୟା ବିଶିଷ୍ଟ ଟୋକେଲାଉ ଦେଶରେ ମଧ୍ୟ କେହି କରୋନା ସଂକ୍ରମିତ ଚିହ୍ନଟ ହୋଇ ନାହାଁନ୍ତି । ସେହିପରି ଟୁଭାଲୁ, ତୁର୍କମେନିସ୍ତାନ ଓ ଉତ୍ତର କୋରିଆରେ କେହି କରୋନା ପଜିଟିଭ୍ ଚିହ୍ନଟ ହୋଇ ନାହାଁନ୍ତି । ଏନେଇ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ପକ୍ଷରୁ ସୂଚନା ଦିଆଯାଇଛି ।

Related posts

ହରିୟାଣା ହିଂସାକାଣ୍ଡ :  ୧୪୪ ଧାରା ଲାଗୁ ସହ  ୨ ଦିନ ପାଇଁ ଇଣ୍ଟରନେଟ୍ ସେବା ବନ୍ଦ

mahabharatanews

ରାମଲାଲାଙ୍କ ପାଇଁ ଚାଲିଛି ଜୋରଦାର ପ୍ରସ୍ତୁତି 

mahabharatanews

ଜାକଲିନଙ୍କ ମିଛକୁ ଧାରା ପକାଇଲା ଇଡି

mahabharatanews