ଭାରତରାଜନୀତି

‘ହେଟ୍ ସ୍ପିଚ୍’ ମାମଲାରେ ସମାଜବାଦୀ ପାର୍ଟି ନେତା ଆଜମ ଖାନ ଦୋଷମୁକ୍ତ

ଲକ୍ଷ୍ନୌ: ୨୦୧୯ ଲୋକସଭା ନିର୍ବାଚନ ସମୟରେ ସମାଜବାଦୀ ପାର୍ଟି ନେତା ଆଜମ ଖାନଙ୍କ ବିରୋଧରେ ହେଟ ସ୍ପିଚ ଅଭିଯୋଗ ଆସିଥିଲା। ଘୃଣା ଭାଷଣ ମାମଲାରେ ଅକ୍ଟୋବର ୨୦୨୨ରେ ରାମପୁରର ଏକ ତଳ କୋର୍ଟ ଆଇପିସିର ଧାରା ୧୫୩, ୫୦୫ ଏବଂ ୧୨୫ ଅନୁଯାୟୀ ତାଙ୍କୁ ଦୋଷୀ ସାବ୍ୟସ୍ତ କରି ତିନି ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଥିଲେ। ତେବେ ଏହି ମାମଲାର ଶୁଣାଣି କରି ରାମପୁରର ଏମପି-ଏମଏଲଏ ସେସନ୍ସ କୋର୍ଟ ଆଜମ ଖାନଙ୍କୁ ଦୋଷମୁକ୍ତ କରିଛନ୍ତି। ତଳ କୋର୍ଟର ଦଣ୍ଡାଦେଶ ପରେ ଆଜମ ଖାନଙ୍କ ବିଧାନସଭା ସଦସ୍ୟତା ତତ୍କାଳ ରଦ୍ଦ ହୋଇଥିଲା । ପରେ ରାମପୁର ବିଧାନସଭା ଆସନରେ ଅନୁଷ୍ଠିତ ଉପନିର୍ବାଚନରେ ବିଜେପିର ଆକାଶ ସକ୍ସେନା ବିଜୟୀ ହୋଇଥିଲେ । ସେ ଅସୀମ ରାଜାଙ୍କୁ ପରାସ୍ତ କରିଥିଲେ ।
ସୂଚନାଯୋଗ୍ୟ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ବିରୋଧରେ ଦେଇଥିବା ଆପତ୍ତିଜନକ ବୟାନ ପାଇଁ ଆଜମ ଖାନଙ୍କ ନାମରେ ମାମଲା ରୁଜୁ ହୋଇଥିଲା। ୨୦୧୯ ଏପ୍ରିଲ ୭ ତାରିଖରେ ରାମପୁରର ମହମ୍ମଦ ଆଜାମ ଖାନ ତାଙ୍କ ନିର୍ବାଚନ ସଭାରେ ଭାଷଣ ଦେବାବେଳେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଥିଲେ। ତାଙ୍କର ଏହି ଭାଷଣ ବିରୋଧରେ ନିର୍ବାଚନ ଆୟୋଗ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିଥିଲେ। ବିଜେପି ନେତା ଅଜୟ ସକ୍ସେନା ଏହାକୁ ନେଇ ଆଜମ ଖାନଙ୍କ ବିରୋଧରେ ଅଭିଯୋଗ କରିଥିଲେ।

Related posts

ଯମୁନା ନଦୀରେ ଡଙ୍ଗା ଓଲଟି ୨୦ ଜଣଙ୍କ ମୃତ୍ୟୁ ଆଶଙ୍କା

mahabharatanews

ବଢିବାରେ ଲାଗିଛି କରୋନା ସଂକ୍ରମଣ , ଦୈନିକ ସଂକ୍ରମଣ ୬ ହଜାର ପାର କରିଛି

mahabharatanews

ଏହି ଗୀତ ପାଇଁ ୫ ବର୍ଷ ହେବ ଫିଜିଓ‌ଥେରାପି କରାଉଛନ୍ତି ନୋରା 

mahabharatanews