ବିଶ୍ୱ

ଉଗ୍ର ରୂପ ନେଲା ସୀମା ବିବାଦ: ଉତ୍ତରକୋରିଆ ଓ ଦକ୍ଷିଣ କୋରିଆ ମଧ୍ୟରେ ଗୁଳି ବିନିମୟ

ନୂଆଦିଲ୍ଲୀ: ଘନେଇଲା ଉତ୍ତର କୋରିଆ ଓ ଦକ୍ଷିଣ କୋରିଆ ସୀମା ବିବାଦ। ଜଳସୀମାକୁ ନେଇ ଦୁଇ ଦେଶ ମଧ୍ୟରେ ରହିଥିବା ବିବାଦ ଏବେ ଯୁଦ୍ଧରେ ପରିଣତ ହେଉଥିବା ଦେଖିବାକୁ ମିଳିଛି। ସୀମା ଉଲ୍ଲଂଘନ ନେଇ ସୋମବାର(୨୦୨୨ଅକ୍ଟୋବର ୨୪) ଦୁଇଦେଶ ମଧ୍ୟରେ ଗୁଳି ବିନିମୟ ହୋଇଛି।ସୀମା ଉଲ୍ଲଂଘନ ଅଭିଯୋଗରେ ସୋମବାର ଦକ୍ଷିଣ କୋରିଆ, ଉତ୍ତର କୋରିଆର ଜାହାଜ ଉପରକୁ ଗୁଳିମାଡ଼ କରିଛି। ଆଉ ଜବାବରେ ଉତ୍ତର କୋରିଆର କୋରିଆନ୍ ପିପୁଲ୍ସ ଆର୍ମି ମଧ୍ୟ ଶତ୍ରୁ ପକ୍ଷକୁ ଗୁଳି ବର୍ଷାଇଛି। ସ୍ଥାନୀୟ ଗଣମାଧ୍ୟମରେ ପ୍ରକାଶ ପାଇଥିବା ଖବର ଅନୁସାରେ, ଉତ୍ତର କୋରିଆରେ ଏକ ବାଣିଜ୍ୟ ଜାହାଜ ବିବାଦୀୟ ଉତ୍ତର ସୀମିତ ରେଖା(ନର୍ଦନ ଲିମିଟ ଲାଇନ୍) ଡେଇଁ ଦକ୍ଷିଣ କୋରିଆର ଜଳ ସୀମା ଭିତରକୁ ପଶି ଆସିଥିଲା।

ଏହାପରେ ଦକ୍ଷିଣ କୋରିଆ ପକ୍ଷରୁ ଜାହାଜ ଉପରକୁ ଗୁଳିମାଡ଼ କରାଯାଇଥିଲା। ଏହାପରେ ବାଣିଜ୍ୟ ଜାହାଜ ପକ୍ଷରୁ ମଧ୍ୟ ତୁରନ୍ତ ପାଲଟା ଗୁଳିମାଡ଼ ହୋଇଥିଲା ବୋଲି ଦକ୍ଷିଣ କୋରିଆ ଜଏଣ୍ଟ ଚିଫ୍ ଷ୍ଟାଫ ସୂଚନା ଦେଇଛନ୍ତି। ୟୋନହାପ ଖବର ଏଜେନ୍ସିର ରିପୋର୍ଟ ଅନୁସାରେ, ଉତ୍ତର କୋରିଆରେ ଜବାବ ଦେଇ ଦକ୍ଷଣ କୋରିଆର ଜାହାଜ ଉପରେ ଗୁଳିମାଡ଼ କରିଥିଲା। ସେମାନେ ସୀମା ଉଲ୍ଲଂଘନ ଅଭିଯୋଗ ଲଗାଇଛନ୍ତି।

Related posts

ଖୁବ୍ ଶୀଘ୍ର ଗିରଫ ହେବେ ଡୋନାଲ୍ଡ ଟ୍ରମ୍ପ, ପର୍ଣ୍ଣଷ୍ଟାରଙ୍କୁ ଅର୍ଥ ପ୍ରଦାନ ମାମଲାରେ ଆଜି ହୋଇପାରନ୍ତି ଗିରଫ

mahabharatanews

ଆତଙ୍କିତ କରୁଛି ମଙ୍କିପକ୍ସ ଭାଇରସ

mahabharatanews

ପୂର୍ବତନ ISI ମୁଖ୍ୟଙ୍କୁ ଗିରଫ କଲା ପାକ୍ ସେନା

mahabharatanews