ବିଶ୍ୱ

ଉଗ୍ର ରୂପ ନେଲା ସୀମା ବିବାଦ: ଉତ୍ତରକୋରିଆ ଓ ଦକ୍ଷିଣ କୋରିଆ ମଧ୍ୟରେ ଗୁଳି ବିନିମୟ

ନୂଆଦିଲ୍ଲୀ: ଘନେଇଲା ଉତ୍ତର କୋରିଆ ଓ ଦକ୍ଷିଣ କୋରିଆ ସୀମା ବିବାଦ। ଜଳସୀମାକୁ ନେଇ ଦୁଇ ଦେଶ ମଧ୍ୟରେ ରହିଥିବା ବିବାଦ ଏବେ ଯୁଦ୍ଧରେ ପରିଣତ ହେଉଥିବା ଦେଖିବାକୁ ମିଳିଛି। ସୀମା ଉଲ୍ଲଂଘନ ନେଇ ସୋମବାର(୨୦୨୨ଅକ୍ଟୋବର ୨୪) ଦୁଇଦେଶ ମଧ୍ୟରେ ଗୁଳି ବିନିମୟ ହୋଇଛି।ସୀମା ଉଲ୍ଲଂଘନ ଅଭିଯୋଗରେ ସୋମବାର ଦକ୍ଷିଣ କୋରିଆ, ଉତ୍ତର କୋରିଆର ଜାହାଜ ଉପରକୁ ଗୁଳିମାଡ଼ କରିଛି। ଆଉ ଜବାବରେ ଉତ୍ତର କୋରିଆର କୋରିଆନ୍ ପିପୁଲ୍ସ ଆର୍ମି ମଧ୍ୟ ଶତ୍ରୁ ପକ୍ଷକୁ ଗୁଳି ବର୍ଷାଇଛି। ସ୍ଥାନୀୟ ଗଣମାଧ୍ୟମରେ ପ୍ରକାଶ ପାଇଥିବା ଖବର ଅନୁସାରେ, ଉତ୍ତର କୋରିଆରେ ଏକ ବାଣିଜ୍ୟ ଜାହାଜ ବିବାଦୀୟ ଉତ୍ତର ସୀମିତ ରେଖା(ନର୍ଦନ ଲିମିଟ ଲାଇନ୍) ଡେଇଁ ଦକ୍ଷିଣ କୋରିଆର ଜଳ ସୀମା ଭିତରକୁ ପଶି ଆସିଥିଲା।

ଏହାପରେ ଦକ୍ଷିଣ କୋରିଆ ପକ୍ଷରୁ ଜାହାଜ ଉପରକୁ ଗୁଳିମାଡ଼ କରାଯାଇଥିଲା। ଏହାପରେ ବାଣିଜ୍ୟ ଜାହାଜ ପକ୍ଷରୁ ମଧ୍ୟ ତୁରନ୍ତ ପାଲଟା ଗୁଳିମାଡ଼ ହୋଇଥିଲା ବୋଲି ଦକ୍ଷିଣ କୋରିଆ ଜଏଣ୍ଟ ଚିଫ୍ ଷ୍ଟାଫ ସୂଚନା ଦେଇଛନ୍ତି। ୟୋନହାପ ଖବର ଏଜେନ୍ସିର ରିପୋର୍ଟ ଅନୁସାରେ, ଉତ୍ତର କୋରିଆରେ ଜବାବ ଦେଇ ଦକ୍ଷଣ କୋରିଆର ଜାହାଜ ଉପରେ ଗୁଳିମାଡ଼ କରିଥିଲା। ସେମାନେ ସୀମା ଉଲ୍ଲଂଘନ ଅଭିଯୋଗ ଲଗାଇଛନ୍ତି।

Related posts

ନିଜକୁ ପ୍ରଫେଟ କହି ଫାଶୀ ଦଣ୍ଡରେ ଦଣ୍ଡିତ ହେଲେ ମହିଳା

mahabharatanews

ଆଜି ହାଇବ୍ରିଡ ସୂର୍ୟ୍ୟ ପରାଗ ,ଏହା ଚଳିତ ବର୍ଷର ପ୍ରଥମ ସୂର୍ୟ୍ୟପରାଗ

mahabharatanews

ଋଣ ଭାରରେ ଶକ୍ତିଶାଳୀ ରାଷ୍ଟ୍ର

mahabharatanews