ବିଶ୍ୱ

ପୁଣି ଅଶାନ୍ତ ହେଲା ଆମେରିକାର ଟେକ୍ସାସ ସହର, ଗୁଳି ମାଡ଼ରେ ୫ ମୃତ

ଆମେରିକା: ଆମେରିକାରେ ବନ୍ଦ ହେବାର ନାମ ନେଉନାହିଁ ଗୁଳି ବିନିମୟ଼ ଘଟଣା । ଏଥର ଟେକ୍ସାସର କ୍ଲିଭଲ୍ୟାଣ୍ଡରୁ ଗୁଳି ବିନିମୟ ଖବର ଆସିଛି। କ୍ଲିଭଲାଣ୍ଡରେ ଗୁଳି ବିନିମୟରେ ୫ ଜଣଙ୍କର ମୃତ୍ୟୁ ହୋଇଛି। ଶନିବାର ଦିନ ସ୍ଥାନୀୟ ପୋଲିସର ସୂଚନା ଦେଇ ଏହି ସୂଚନା ସାମ୍ନାକୁ ଆସିଛି। ମିଳିଥିବା ସୂଚନା ଅନୁଯାୟୀ ଶୁକ୍ରବାର ବିଳମ୍ବିତ ରାତିରେ ଏହି ଗୁଳି ବିନିମୟ ହୋଇଥିଲା ଏବଂ ପୋଲିସ ଅଭିଯୁକ୍ତକୁ ଖୋଜୁଛି। ତେବେ ଗୁଳି ବିନିମୟର କାରଣ କଣ ସ୍ପଷ୍ଟ ହୋଇନାହିଁ? ତେବେ ଏପର୍ୟ୍ୟନ୍ତ ଆତତାୟୀଙ୍କ ସମ୍ପର୍କରେ କୌଣସି ସୂଚନା ମିଳିପାରି ନାହିଁ । ଏହାପୂର୍ବରୁ ପେନସିଲଭାନିଆ ରାଜ୍ୟର ଫିଲାଡେଲଫିଆର ଆବାସିକ ଅଞ୍ଚଳରେ ଶୁକ୍ରବାର ଦିନ ଗୁଳି ବିନିମୟ ହୋଇଥିଲା। ଯେଉଁଥିରେ ତିନି ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଜଣେ ଆହତ ହୋଇଛନ୍ତି।
ଅଧିକାରୀମାନେ କହିଛନ୍ତି ଯେ ଗୁଳି ବିନିମୟ ପରେ ଜଣେ ମୃତକ ଘରର ଆଗ ବାରଣ୍ଡାରେ ଏବଂ ଅନ୍ୟ ଜଣଙ୍କ ଘର ଭିତରୁ ମୃତଦେହ ମିଳିଥିବା ବେଳେ ତୃତୀୟ ମୃତକ ରାସ୍ତା କଡ଼ରେ ପଡିଥିଲେ ଥିଲେ। ଏହି ତିନିଜଣଙ୍କୁ ଘଟଣାସ୍ଥଳରେ ମୃତ ଘୋଷଣା କରାଯାଇଥିଲା। ଏଥି ସହ ପୋଲିସ ଘଟଣାସ୍ଥଳରୁ ବନ୍ଧୁକ ଜବତ କରିଛି।

Related posts

ନ୍ତର୍ଜାତୀୟ କ୍ରିକେଟରେ ୧୦ ବର୍ଷ ପୂରଣ କରିଛନ୍ତି ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ।

mahabharatanews

ଆମେରିକା ଓ ଇରାନ ମଧ୍ୟରେ କଣ ସେଇ 5 ଚୁକ୍ତି ଧାରା ।

mahabharatanews

ପୁଣି ଜୁକରବର୍ଗଙ୍କୁ ଲଢ଼େଇ ପାଇଁ ଚ୍ୟାଲେଞ୍ଜ ଦେଲେ ଏଲନ୍ ମସ୍କ

mahabharatanews