ବିଶ୍ୱ

ୟୁରୋପର ମୋଷ୍ଟ ୱାଣ୍ଟେଡ୍‌ ଗିରଫ 

(ୟୁରୋପ) : ୟୁରୋପର ଅଧିକାଂଶ ଦେଶକୁ ମାନବ ଚାଲାଣ ରୢାକେଟ୍‌ର ମାଷ୍ଟରମାଇଣ୍ଡ ଥିଲା ବାର୍‌ଜାନ୍‌ ମାଜିଦ୍‌। ପୁଲିସ ମହଲରେ ସେ କୁଖ୍ୟାତ ‘ସ୍କର୍ପିଓନ୍‌’ ଭାବେ ପରିଚିତ। ଅନେକ ଉଦ୍ୟମ ପରେ ମଧ୍ୟ କୌଣସି ରାଷ୍ଟ୍ରର ପୁଲିସ କିମ୍ବା ଇଣ୍ଟରପୋଲ୍‌ ତାକୁ ଧରିବାରେ ସକ୍ଷମ ହୋଇପାରିନଥିଲେ।

ସୂଚନାନୁଯାୟୀ , ଶେଷରେ ଆଜି ଇରାକର କୁର୍ଦ୍ଦିସ୍ତାନରୁ ତାକୁ ଗିରଫ କରାଯାଇଛି। ଆଜି, ବାର୍‌ଜାନ୍‌ର ଗିରଫ ସମ୍ପର୍କରେ ଲଣ୍ଡନର ନେସନାଲ କ୍ରାଇମ୍‌ ଏଜେନ୍ସି (ଏନ୍‌ସିଏ) ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ସୂଚନା ଦେଇଛି। ବାର୍‌ଜାନ୍‌କୁ ଗତ ରବିବାର ଗିରଫ କରାଯାଇଛି। ୨୦୨୨ରେ ସେ ଲଣ୍ଡନର ନଟିଂହାମ୍‌ରେ ରହୁଥିଲା। ନଭେମ୍ବର ୨୦୨୨ରେ ସେ ମାନବଚାଲାଣ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିଲା। ତେବେ କୌଣସି ମତେ ସେ ପୁଲିସ ହେଫାଜତରୁ ଫେରାର୍‌ ହୋଇଯାଇଥିଲା।

Related posts

କ୍ଷମା ପ୍ରାର୍ଥନା କଲେ ପୁଟିନ 

mahabharatanews

ଆତଙ୍କିତ କରୁଛି ମଙ୍କିପକ୍ସ ଭାଇରସ

mahabharatanews

ବାଂଲାଦେଶରେ ଗଠନ ହେଲା ଅନ୍ତରୀଣ ସରକାର,ନେତୃତ୍ବ ନେବେ ନୋବେଲ୍ ବିଜେତା ମହମ୍ମଦ ୟୁନୁସ

mahabharatanews