ଓଡିଶା

ପ୍ରକାଶ ପାଇଲା ଯୁକ୍ତ ତିନି ନାମ ଲେଖା

(ଭୁବନେଶ୍ୱର) : ପ୍ରକାଶ ପାଇଲା ଯୁକ୍ତ ତିନି ନାମ ଲେଖା ବିଜ୍ଞପ୍ତି । ଯୁକ୍ତ ତିନିରେ ନାମ ଲେଖାଇବାକୁ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।ତେବେ ଜୁନ ୧୯ରୁ ଜୁଲାଇ ୪ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ଆବେଦନ କରିପାରିବେ ।   www.samsodisha.gov.in ରେ ଆବେଦନ କରିପାରିବେ ।

ସୂଚନାନୁଯାୟୀ, ସ୍ନାତକ ପାଠ୍ୟକ୍ରମରେ ନାମଲେଖା ଲାଗି ଛାତ୍ରଛାତ୍ରୀ ପୂର୍ବରୁ ସର୍ବନିମ୍ନ ୫ଟି ଓ ସର୍ବାଧିକ ୨୦ଟି ଶିକ୍ଷାନୁଷ୍ଠାନରେ ଆବେଦନ କରିପାରୁଥିଲେ। ମାତ୍ର ଏବେ ଆବଦନକାରୀ ନିଜ ଇଚ୍ଛା ଅନୁଯାୟୀ ଶିକ୍ଷାନୁଷ୍ଠାନ ଲାଗି ଆବେଦନ କରିପାରିବେ। ୨୦୨୩-୨୪ ଶିକ୍ଷାବର୍ଷରେ ୧୦୪୨ କଲେଜର ୨ ଲକ୍ଷ ୭୦ହଜାର ୩୪୭ ସିଟ୍‌ରେ ନାମଲେଖା ହେବ। କଳା ବିଭାଗର ୧ ଲକ୍ଷ ୫୧ ହଜାର ୯୦୨, ଫିଜିକାଲ ସାଇନ୍ସରେ ୪୬,୧୩୯, ବାୟୋଲୋଜିକାଲ ସାଇନ୍ସରେ ୨୮,୬୯୨, ବାଣିଜ୍ୟର ୩୨,୩୮୦, ସେଲ୍ଫ ଫାଇନାନ୍ସିଂର ୨,୦୮୬ ଓ ସଂସ୍କୃତରେ ୯,୧୪୮ ସିଟ୍‌ ରହିଛି।

Related posts

ସୁରକ୍ଷା ବ୍ୟବସ୍ଥାକୁ ମନା କଲେ ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି

mahabharatanews

ବିବାହ ବିଛେଦ ମାମଲା: ବର୍ଷାଙ୍କୁ ୧୮୫ଟି ପ୍ରଶ୍ନ

mahabharatanews

ଓଡିଶାରେ ପହଞ୍ଚିଲେ ଉପରାଷ୍ଟ୍ରପତି ସି.ପି. ରାଧାକ୍ରିଷ୍ଣନ୍

mahabharatanews