ମୋହାଲିର ଲାଲରୁରେ ଜଣେ ପୁଲିସ ଅଧିକାରୀ ଏବଂ ଜଣେ କବାଡି ଖେଳାଳିଙ୍କ ହତ୍ୟାରେ ଜଡିତ କୁଖ୍ୟାତ ଗ୍ୟାଙ୍ଗଷ୍ଟର ହରପିନ୍ଦର ସିଂହ ଓରଫ ମିଡୁ ଏନକାଉଣ୍ଟରରେ ମୃତ୍ୟୁବରଣ କରିଛି। ମୋହାଲିର ଏସଏସପି ତାଙ୍କ ମୃତ୍ୟୁକୁ ନିଶ୍ଚିତ କରିଛନ୍ତି। ପୁଲିସ ଅନୁଯାୟୀ, ଗ୍ୟାଙ୍ଗଷ୍ଟର କବାଡି ଖେଳାଳି କନୱର ଦିଗବିଜୟ ସିଂହ ଓରଫ ରାଣା ବାଲାଚୌରିଆଙ୍କ ହତ୍ୟା ଷଡଯନ୍ତ୍ରରେ ସାମିଲ ଥିଲା। ତେବେ ସେ ଗୁଳି ଚଳାଇଥିବା ବ୍ୟକ୍ତିଙ୍କ ମଧ୍ୟରେ ନଥିଲା । ଆହତ ଗ୍ୟାଙ୍ଗଷ୍ଟର ହରପିନ୍ଦର ସିଂହ ଓରଫ ମିଡୁ ତରନ ତାରନର ବାସିନ୍ଦା ଥିଲେ। ତାଙ୍କୁ ପିଛା କରିବା ସମୟରେ ଦୁଇ ପୁଲିସ ଅଧିକାରୀ ମଧ୍ୟ ଆହତ ହୋଇଥିଲେ।
ଡିସେମ୍ବର ୧୫ ତାରିଖରେ ଦିଗବିଜୟ ସିଂହ ରାଣାଙ୍କୁ ହତ୍ୟା କରାଯାଇଥିଲା। ଏକ କବାଡ଼ି ଟୁର୍ଣ୍ଣାମେଣ୍ଟ ଚାଲିଥିବାବେଳେ ଦୁଇଜଣ ବ୍ୟକ୍ତି ଆସି ଗୁଳିଚଳାଇଥିଲେ । ସେଥିରେ ରାଣାଙ୍କ ମୃତ୍ୟୁ ହୋଇଥିଲା । ଏହି ମାମଲାରେ ଏପର୍ଯ୍ୟନ୍ତ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ମୋହାଲି ଏସଏସପି ହରମନଦୀପ ସିଂହ ହଂସ କହିଛନ୍ତି ଯେ ସନ୍ଦିଗ୍ଧଙ୍କ ମଧ୍ୟରୁ ଜଣେ ଏଶଦୀପ ସିଂହ, ଯାହାକୁ ଗତକାଲି ଦିଲ୍ଲୀ ବିମାନବନ୍ଦରରୁ ଗିରଫ କରାଯାଇଥିଲା। ସେ ବିଦେଶ ଫେରାର ହେବାକୁ ଉଦ୍ୟମ କରୁଥିଲା । ସେ ଗତ ୨୫ ନଭେମ୍ବରରେ ରୁଷରୁ ଭାରତ ଆସିଥିଲା । ତା ସୂଚନା ଆଧାରରେ, ଜୁଗରାଜ ସିଂହଙ୍କୁ ଅମୃତସରରେ ଗିରଫ କରାଯାଇଥିଲା।
