ରାଜନୀତି

ତିନି ଜଣ ଚଳାଉଛନ୍ତି କଂଗ୍ରେସକୁ: ନଟବର ସିଂହ

ନୂଆଦିଲ୍ଲୀ: ପଞ୍ଜାବ କଂଗ୍ରେସର ଅସ୍ଥିରତାକୁ ନେଇ ଦେଶ ବ୍ୟାପୀ ଚର୍ଚ୍ଚା । ତେବେ କେବଳ ପଞ୍ଜାବ ନୁହେଁ, ରାଜସ୍ଥାନ, ଛତିଗଡରେ ମଧ୍ୟ ସମାନ ସ୍ଥିତି । ଏହାକୁ ନେଇ କଂଗ୍ରେସର ବରିଷ୍ଠନେତୃବୃନ୍ଧ ନେତୃତ୍ୱ ଉପରେ ଅଙ୍ଗୁଳି ନିର୍ଦ୍ଦେଶ କରିବା ଆରମ୍ଭ କରି ଦେଇଛନ୍ତି । କିଛି ଦିନ ପୂର୍ବରୁ କଂଗ୍ରେସର ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ନେତା କପିଲ ସିବଲ ମୁହଁ ଖୋଲିଥିବା ବେଳେ ଏବେ କଂଗ୍ରେସର ପୂର୍ବତନ କେନ୍ଦ୍ରମନ୍ତ୍ରୀ ୯୦ ବର୍ଷୀୟ ନେତା ନଟବର ସିଂହ ବିସ୍ଫୋରକ ବୟାନ ଦେଇଛନ୍ତି ।
ନଟବର କହିଛନ୍ତି ଯେ, କଂଗ୍ରେସ କହିଲେ ଗାନ୍ଧୀ ପରିବାରର ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀଙ୍କୁ ବୁଝାଉଛି। ପଞ୍ଜାବ କଂଗ୍ରେସରେ ଯେଉଁ ରାଜନୈତିକ ସଙ୍କଟ ସୃଷ୍ଟି ହୋଇଛି, ସେଥିପାଇଁ ଗାନ୍ଧୀ ପରିବାରର ସଦସ୍ୟମାନେ ହିଁ ଦାୟୀ । ସେ ଆହୁରି କହିଛନ୍ତି, ୨୦୦୨ରୁ ରାହଳୁ ଗାନ୍ଧୀ ସଂସଦରେ ରହିଛନ୍ତି । ସେ କୌଣସି ପଦ ପଦବୀରେ ନାହାନ୍ତି ସତ କିନ୍ତୁ ସବୁକିଛି ସେ ହିଁ ନିୟନ୍ତ୍ରଣ କରୁଛନ୍ତି । ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଦଳର ବରିଷ୍ଠ ନେତା କ୍ୟାପଟେନ ଅମରିନ୍ଦର ସିଂ କଂଗ୍ରେସ ଦଳ ଛାଡିବା ବିଷୟ ଘୋଷଣା କରିବା ପରେ ନଟବର ଏଭଳି ପ୍ରତିକ୍ରିୟା ରଖିଛନ୍ତି ।
ନଟବର କ୍ଷୋଭକ୍ତି ପ୍ରକାଶ କରି କହିଛନ୍ତି, ସାରା ଦେଶ ଏବେ ପଞ୍ଜାବରେ ନେତୃତ୍ୱ ସଙ୍କଟ ଦେଖୁଛି । ଏହା କେବଳ ରାଜ୍ୟର ନୁହେଁ, ସମଗ୍ର ଦେଶରେ କଂଗ୍ରେସ ସଙ୍କଟରେ ରହିଛି । କାରଣ କଂଗ୍ରେସ ଦଳ କହିଲେ କେବଳ ଗାନ୍ଧୀ ପରିବାରକୁ ବୁଝାଉଛି । ଦଳର ଏହି ସ୍ଥିତି ପାଇଁ ଦଳର ନେତୃତ୍ୱ ଦାୟୀ । ଏକ ସମୟରେ ସେମାନେ ଲୋକସଭାରେ ୪୦୩ ସଦସ୍ୟଙ୍କ ସହିତ ଶାସନ କରୁଥିଲେ, ଏବେ ୫୨ରେ ସୀମିତ । ଏଥିପାଇଁ ସୋନିଆ, ରାହୁଲ ଓ ପ୍ରିୟଙ୍କା ଦାୟୀ । ଏମାନଙ୍କୁ କେହି ବଦଳାଇ ପାରିବେ ନାହିଁ କି ଠେଲି ବାହାର ମଧ୍ୟ କରିପାରିବେ ନାହିଁ । ସେମାନେ ବଞ୍ଚିଥିବା ଯାଏ ପଦ ପଦବୀରେ ରହିଥିଲେ । ସେମାନଙ୍କ ନେତୃତ୍ୱରେ ଦଳର ଉତ୍ଥାନ ସମ୍ଭବପର ହେବ ନାହିଁ ବୋଲି କହିଛନ୍ତି ନଟବର ।

 

Related posts

ଖାଲି ହୋଇଯିବ BJD ବସା , ବିଜେପି ନେତାଙ୍କ ମନ୍ତବ୍ୟ ପରେ ଜୋର ଧରିଲା ରାଜନୀତି

mahabharatanews

ଲୋକସଭାରେ ଶୁଭିବନି ବିଜେଡି ସ୍ୱର

mahabharatanews

ଓଡିଶା ସାର୍ବଜନୀନ ପରୀକ୍ଷା ବିଲ୍ -୨୦୨୪ ବିଧାନସଭାରେ ଆଗତ

mahabharatanews