ଓଡିଶା

ଏଣିକି ରାତିରେ ପର୍ଯ୍ୟଟକ ବୁଲିପାରିବେ ଚନ୍ଦକା ଅଭୟାରଣ୍ୟ

(ଭୁବନେଶ୍ୱର) : ଏଣିକି ରାତିରେ ପର୍ଯ୍ୟଟକ ବୁଲିପାରିବେ ଚନ୍ଦକା ଅଭୟାରଣ୍ୟ । ଆସନ୍ତା ୨୯ରୁ ଭରତପୁର ସଫାରୀରେ ଆରମ୍ଭ ହେବ ‘ନାଇଟ୍‌ ନକଚରାଲ୍‌ ଟ୍ରେଲ୍’ । ରାତି ସାଢେ ୯ଟା ଯାଏଁ ଖୋଲା ରହିବ ସଫାରୀ । ରାତି ସାଢେ ୯ଟାରୁ ସକାଳ ସାଢେ ୯ଟା ଯାଏଁ ବନ୍ଦ ରହିବ ସଫାରୀ । ‘ନାଇଟ୍‌ ନକଚରାଲ୍‌ ଟ୍ରେଲ୍’ ଯୋଗୁଁ ଛାତ୍ରଛାତ୍ରୀ, ରିସର୍ଚ୍ଚ ସ୍କଲର ଉପକୃତ ହେବେ ।

ସୂଚନାନୁଯାୟୀ , ଦିନବେଳା ସମୟ ପାଉନଥିବା ବ୍ୟକ୍ତି ସନ୍ଧ୍ୟାରେ ଅଭୟାରଣ୍ୟ ବୁଲିପାରିବେ । ପଶୁ ପକ୍ଷୀମାନଙ୍କୁ ଦେଖିବାପାଇଁ କୋଚିଲବେରଣ, ପିତାଗଡିଆ ଓ ଚାରିଛକ ନଜର ଘଣ୍ଟି ଉତ୍ତମ ମାଧ୍ୟମ ହେଇଥିବା ବେଳେ, କୁମାରଖୁଣ୍ଟି ଓ ଆମ୍ବିଳଠାରେ ଥିବା ବିଶ୍ରାମ ଭବନରେ ରାତ୍ରିଯାପନର ଉତ୍ତମ ବ୍ୟବସ୍ଥା ଅଛି । ଏଠାରେ ଦୁଇଟି ଜଳ ଭଣ୍ଡାର ଅଛି – ଡେରାସ ବନ୍ଧ ଓ ଝୁମୁକା ବନ୍ଧ, ଯାହାକି ଅଭୟାରଣ୍ୟର ମଝିରେ ଅବସ୍ଥିତ । ଉଭୟ ବର୍ଷାଜଳ ସଂରକ୍ଷଣର ଜ୍ଜ୍ୱଳନ୍ତ ଉଦାହରଣ । ଡେରାସରେ ଥିବା ବାଉଁଶ କୁଟୀରଗୁଡ଼ିକ ଚନ୍ଦକା ଅଭୟାରଣ୍ୟର ଅପୂର୍ବ ପ୍ରାକୃତିକ ସୌନ୍ଦର୍ଜ୍ୟ ଦର୍ଶନର ସୁଯୋଗ ଦିଏ । ଏଠାରେ ମୁଖ୍ୟତଃ ୬ ଜାତିର ଉଦ୍ଭିଦ ଦେଖାଯା’ନ୍ତି ।

Related posts

୨୦ ଫୁଟ ତଳକୁ ଖସିଲା ବସ, ୪ ଆହତ

mahabharatanews

ବଡଦାଣ୍ଡକୁ ସାନିଟାଇଜ କଲା ଅଗ୍ନିଶମ ବିଭାଗ

mahabharatanews

ପକାରୀ ପଞ୍ଚାୟତ ସ୍କୁଲ, ଅଙ୍ଗନୱାଡି ଛାତ୍ରଛାତ୍ରୀଙ୍କ କ୍ରୀଡା ପ୍ରତିଯୋଗିତା

mahabharatanews

Leave a Comment