ଓଡିଶା

ନୂଆଁଖାଇ ଜୁହାର

“ନୂଆଁ ଧାନ୍ କେ ନୂଆଁ ମନ୍
ବନେ ବନେ ଥାଉନ୍ ଅପଣ୍
ନୂଆଖାଁଇର ବଡ଼ଖା ତିହାର୍
ସମକୁ ମୋର୍ ନୂଆଖାଇ ଜୁହାର”

(ସମ୍ବଲପୁର): ଆଜି ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ । ଭାଦ୍ରବ ମାସ ଶୁକ୍ଲ ପକ୍ଷ ପଞ୍ଚମୀ ତିଥିରେ ଏହି ପର୍ବ ପାଳନ କରାଯାଏ । ଏନେଇ ସବୁଠି ମହକି ଉଠୁଛି ପିଠାପଣାର ବାସ୍ନା । ନୂଆଖାଇ ଏକ କୃଷି ଭିତ୍ତିକ ପର୍ବ, ମାଆ ମାଟିକୁ କୃତଜ୍ଞତା ଜଣାଇବାର ପର୍ବ । ଏହି ଦିନ ପ୍ରଥମ ଅମଳ ଧାନରୁ ଇଷ୍ଟଦେବୀ ମାଆ ସମଲେଇଙ୍କୁ ଭୋଗ ଲଗାଇ ନିଜେ ସେବନ କରନ୍ତି ସମ୍ବଲପୁର ବାସୀ । ଦୂରଦୂରାନ୍ତରେ ରହୁଥିବା ବନ୍ଧୁବାନ୍ଧବ ଏହି ଦିନ ଆସି ଘରେ ପହଞ୍ଚିଥାନ୍ତି । ନୂଆଁଖାଇ ଏକ ଭାଇଚାରାର ପର୍ବ ହୋଇଥିବାରୁ ରାଗରୁଷାକୁ ଭୂଲି ପରସ୍ପର ସହ ଶୁଭ ମନାସିବା ସହ ଶୁଭେଚ୍ଛା ଜଣାଇଥାନ୍ତି ଲୋକେ । ତେଣୁ ଏହି ପର୍ବ ସବୁ ପର୍ବଠାରୁ ନିଆରା ହୋଇଥାଏ । ଆଜି ପୂର୍ବାହ୍ନ ୧୦ଟା ୧୦ରୁ ୧୦ଟା ୨୫ ମଧ୍ୟରେ ପ୍ରଶସ୍ତ ତୁଳା ଲଗ୍ନେ ମିଥୁନ ନବାଂଶ ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ଜଗତଜନନୀ ମାଆ ସମଲେଶ୍ୱରୀଙ୍କ ଠାରେ ନବାନ୍ନ ଭୋଗ ଲାଗି ହୋଇଛି । ଏହାପରେ ଲୋକେ ଅନ୍ୟ ଦେବାଦେବୀ, ଗ୍ରାମ ଦେବାଦେବୀ, କୂଳ ଦେବତାଙ୍କୁ ନୂଆ ଭୋଗ ଲାଗି ହୁଏ । ଗାଁରୁ ସହର ସବୁ ସ୍ଥାନରେ ଅଧିଷ୍ଠତି ଦେବାଦେବୀଙ୍କୁ ନବାନ୍ନ ଲାଗି ହୁଏ । ଘରେ ଘରେ ନିଜ ନିଜ ଇଷ୍ଟଦେବୀଙ୍କ ପାଖରେ ମଧ୍ୟ ନବାନ୍ନ ଲାଗି ହୋଇଥାଏ । ଚାଷୀ ମାନେ ଖେତକୁ ଯାଇ ସେଠାରେ ପୂଜାର୍ଚ୍ଚନା କରିବା ସହ ଖେତରୁ ଆସି ଘରେ ମୂଜା କରିବା ପରେ ଘରର ବୈଜେଷ୍ଠ ବ୍ୟକ୍ତିଙ୍କ ଠାରୁ ନେଇ ନୂଆଁ ଧାନରେ ପ୍ରସ୍ତୁତ ନବାନ୍ନ ଭୋଗକୁ ଖାଇଥାନ୍ତି । ପରିବାରର ସମସ୍ତେ ସଦସ୍ୟ ଗୋଟିଏ ସ୍ଥାନରେ ସମବେତ ହୋଇ ନବାନ୍ନ ଖାଇଥାନ୍ତି । ତେବେ ନୂଆଁ ଖାଇବା ପରେ ଅପରାହ୍ନରେ ହିଁ ଗୁରୁଜନ, ପଡ଼ୋଶୀ ବନ୍ଧୁବାନ୍ଧବଙ୍କୁ ନୁଆଁଖାଇ ଜୁହାର କରାଯିବାର ପରମ୍ପରା ରହିଛି । ମାତ୍ର ଗତ ବର୍ଷ ଭଳି ଏହି ବର୍ଷ ମଧ୍ୟ ଏହି ପର୍ବ କେବଳ ପରିବାର ମଧ୍ୟରେ ସୀମିତ ରହିଛି । ଏନେଇ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ହେଉଥିବା ନୂଆଖାଇ ଭେଟ୍ଘାଟ୍ରୁ ସାଂସ୍କୃତିକ କାର୍ଯ୍ୟକ୍ରମ ବି ଦେଖିବାକୁ ମିଳିବନି ।

 

Related posts

ସାହିତ୍ୟିକ ମନୋଜ ଦାସଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର

mahabharatanews

ବିଶ୍ୱ ପ୍ରସିଦ୍ଧ ବାଲିଯାତ୍ରାକୁ ମିଳିଲାନି ଜାତୀୟ ମାନ୍ୟତା

mahabharatanews

ଇଏସଆଇସିରେ ଗର୍ଭବତୀଙ୍କୁ ମିଳିବ ସାଢେ ସାତ ହଜାର ଟଙ୍କା

mahabharatanews

Leave a Comment