ଓଡିଶା

ହାଉସ୍‌ ସର୍ଜନଙ୍କ କାର୍ଯ୍ୟ ବନ୍ଦ ଆନ୍ଦୋଳନ, ରୋଗୀ ସେବା ଠପ୍

କଟକ: କଟକ ଏସସିବିରେ ତେଜୁଛି ହାଉସ୍ ସର୍ଜନ ଓ ନର୍ସିଂ ଷ୍ଟାଫ୍ ବିବାଦ। ହାଉସ୍ ସର୍ଜନ, ନର୍ସିଂ ଷ୍ଟାଫ ପରସ୍ପରକୁ ଦୁର୍ବ୍ୟବହାର ଅଭିଯୋଗରେ ବିବାଦ ଥମିବାର ନା ଧରୁନି। ଅଧୀକ୍ଷକଙ୍କ ହସ୍ତକ୍ଷେପ ପରେ ବି ସମାଧାନ ବାଟ ବହାରିଲାନି । ଏସ୍‌ସିବି ମେଡିକାଲରେ ରୋଗୀ ସେବା ବାଧାପ୍ରାପ୍ତ ହୋଇଛି । ଅନିର୍ଦ୍ଦିଷ୍ଟ କାଳ ଯାଏଁ ହାଉସ ସର୍ଜନ ସଂଘ ପକ୍ଷରୁ କାର୍ଯ୍ୟବନ୍ଦ ଆନ୍ଦୋଳନ ଦିଆଯାଇଛି। ଅଧୀକ୍ଷକଙ୍କ ହସ୍ତକ୍ଷେପ ପରେ ମଧ୍ୟ ବିବାଦର ସମାଧାନ ହୋଇପାରୁନି । ଜରୁରୀକାଳୀନ ବିଭାଗକୁ ଛାଡ଼ି ଇନ୍‌ଡୋର ଓ ଆଉଟଡୋର୍‌ରେ ସେବା ବନ୍ଦ ।

ସୂଚନା ଅନୁସାରେ, ଗତ ରବିବାର ଏସସିବି ମେଡିସିନ୍ ୱାର୍ଡରେ ଜଣେ ରୋଗୀଙ୍କୁ ରକ୍ତ ଦେବାକୁ ଡ୍ୟୁଟିରେ ଥିବା ନର୍ସିଂ ଅଫିସର ସ୍ନେହସୁଧା ସାହୁ ଜଣେ ହାଉସ୍ ସର୍ଜନଙ୍କୁ ଜଣାଇଥିଲେ। ମାତ୍ର ସେ ବିଳମ୍ବରେ ଆସିବାରୁ ପ୍ଲାଜମା ରକ୍ତ ନଷ୍ଟ ହୋଇଯାଇଥିବା ଅଭିଯୋଗ କରିଥିଲେ ସ୍ନେହସୁଧା। ଏପରିକି ସ୍ନେହସୁଧାଙ୍କୁ କିଛି ହାଉସ୍ ସର୍ଜନ ଦୁର୍ବ୍ୟବହାର କରିବା ସହ ଗାଳିଗୁଲଜ କରିଥିବା ଅଭିଯୋଗ ହୋଇଛି। ଏ ନେଇ ସ୍ନେହସୁଧା ସାହୁ ଥାନାରେ ଏତଲା ମଧ୍ୟ ଦେଇଛନ୍ତି। ଘଟଣା ପରେ ଏସସିବି ଅଧୀକ୍ଷକ ଏକ ତଦନ୍ତ କମିଟି ଗଠନ କରିଛନ୍ତି। କମିଟିର ରିପୋର୍ଟ ଆସିବା ପରେ କାର୍ୟ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଅଧିକ୍ଷକ ।

Related posts

କୋରାପୁଟ ଜିଲ୍ଲାପାଳଙ୍କ ଜନଶୁଣାଣି କାର୍ଯ୍ୟକ୍ରମ

mahabharatanews

ମେ ୩୧ରେ ବ୍ରଜରାଜନଗର ବିଧାନସଭା ପାଇଁ ଭୋଟଗ୍ରହଣ

mahabharatanews

ଆଜି ଓଢଣ ଷଷ୍ଠୀ ନୀତି; ମହାପ୍ରଭୁ ପିନ୍ଧିବେ ଶୀତବସ୍ତ୍ର 

mahabharatanews