ଓଡିଶା

ଆଜି ଓଢଣ ଷଷ୍ଠୀ ନୀତି; ମହାପ୍ରଭୁ ପିନ୍ଧିବେ ଶୀତବସ୍ତ୍ର 

(ପୁରୀ) : ଶ୍ରୀମନ୍ଦିରରେ ଆଜି ଓଢଣ ଷଷ୍ଠୀ ନୀତି । ଏଥିନିମନ୍ତେ ଆଜିଠୁ ଶୀତ ପାଇଁ ମହାପ୍ରଭୁ ପିନ୍ଧିବେ ଶୀତବସ୍ତ୍ର । ଏହି ଅବସରରେ ଶ୍ରୀଜୀଉମାନଙ୍କୁ ଘୋଡଲାଗି କରାଯିବ । ଶୀତ ଦାଉରୁ ରକ୍ଷା ପାଇବା ପାଇଁ ଶୀତବସ୍ତ୍ର ପରିଧାନ କରିବେ ମହାପ୍ରଭୁ ।

ସୂଚନାନୁଯାୟୀ , ଶ୍ରୀମନ୍ଦିରରେ ପାଳିତ ହେଉଥିବା ଦ୍ୱାଦଶ ଯାତ୍ରାମାନଙ୍କ ମଧ୍ୟରୁ ଏହି ଯାତ୍ରା ଅନ୍ୟତମ । ଓଢଣ ଷଷ୍ଠୀ ଅବସରରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ସକାଳ ଧୂପ ସହ ମଇଲମ ବଢିବା ପରେ ଠାକୁରମାନଙ୍କୁ ପାଗ ଓ ଘୋଡ଼ ଲାଗି କରାଯିବା ପରେ ଛଅ ମୂର୍ତ୍ତି ଅଳଙ୍କାର ଲାଗି କରାଯାଇଥାଏ । ଏହା ପରେ ପ୍ରସାଦ ଲାଗି ସହ ତିନି ବାଡ଼ରେ ବନ୍ଦାପନା ମଧ୍ୟ କରାଯାଇଥାଏ । ବିଭିନ୍ନ ବାର ଅନୁସାରେ ଶ୍ରୀଜିଉମାନେ ଏହି ଘୋଡ ବା ଶୀତବସ୍ତ୍ର ପରିଧାନ କରିଥାନ୍ତି । ଏଥିରେ ୨୨ ହାତିଆ ସୂତାପୁଟା, ପତନୀ ଓ ଗୀତଗୋବିନ୍ଦ ପାଟରେ ଠାକୁରଙ୍କ ନୂତନ ଶୀତବସ୍ତ୍ର ସହ ଘୋଡ ଲାଗି ବେଶ କରାଯିବ ।

Related posts

ବିଶ୍ୱ ମହିଳା ଦିବସରେ ବାଲୁକା କଳାରେ ଶିଳ୍ପୀ ମାନସ ସାହୁଙ୍କ ବାର୍ତ୍ତା

mahabharatanews

 ପର୍ଯ୍ୟଟକଙ୍କ ମନ ମୋହୁଛି ଧଳା ବଉଳା କୁମ୍ଭୀର

mahabharatanews

ଡିସେମ୍ବର ୪ ତାରିଖରେ ପୁରୀ ବେଳାଭୂମି ଠାରେ ନୌସେନା ଦିବସ ବା ନାଭି ଡେ ପାଳିତ ହେବ;ଡ୍ରୋନ ଉଡାଇବା ଉପରେ କଟକଣା,

mahabharatanews