ମନୋରଞ୍ଜନ

କାନ୍ସ ଫିଲ୍ମ ଫେଷ୍ଟିଭାଲରେ ଡେବ୍ୟୁ କରିବେ ଅନୁଷ୍କା

(ମୁମ୍ବାଇ) : କାନ୍ସ ଫିଲ୍ମ ଫେଷ୍ଟିଭାଲରେ ଡେବ୍ୟୁ କରିବେ ଅଭିନେତ୍ରୀ ଅନୁଷ୍କା ଶର୍ମା । ଯେଉଁଠାରେ ସେ ଓସ୍କାର ବିଜେତା ଅଭିନେତ୍ରୀ କେଟ୍ ୱିନ୍ସଲେଟଙ୍କ ସହ ଚଳଚ୍ଚିତ୍ରରେ ଜଗତର କିଛି ମହିଳାମାନଙ୍କୁ ସମ୍ମାନିତ କରିବେ । ଏହି କାର‌୍ୟ୍ୟକ୍ରମରେ ଅନୁଷ୍କାଙ୍କ ଉପସ୍ଥିତି ଭାରତରେ ଥିବା ଫ୍ରାନ୍ସର ରାଷ୍ଟ୍ରଦୂତ ଇମାନୁଏଲ ଲେନେନଙ୍କ ଦ୍ୱାରା ନିଶ୍ଚିତ ହୋଇଛି।

 

ଖବରାନୁଯାୟୀ, ଫ୍ରାନ୍ସର ରାଷ୍ଟ୍ରଦୂତ କିଛି ଫଟୋ ସେୟାର କରି ଟ୍ୱିଟରରେ ଲେଖିଛନ୍ତି – ବିରାଟ କୋହଲି ଏବଂ ଅନୁଷ୍କା ଶର୍ମାଙ୍କୁ ଭେଟିବା ଏକ ଆନନ୍ଦଦାୟକ ଅନୁଭବ ଥିଲା । ଆଗାମୀ ଟୁର୍ନାମେଣ୍ଟ ପାଇଁ ମୁଁ ବିରାଟ ଏବଂ ଟିମ୍ ଇଣ୍ଡିଆକୁ ଶୁଭେଚ୍ଛା ଜଣାଉଛି । କାନ୍ସ ଫିଲ୍ମ ଫେଷ୍ଟିଭାଲରେ ଅନୁଷ୍କା ଶର୍ମାଙ୍କ ଡେବ୍ୟୁ ବିଷୟରେ ମଧ୍ୟ ସେ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ଅନୁଷ୍କା ଶର୍ମା ତାଙ୍କ ସ୍ୱାମୀ ବିରାଟ କୋହଲିଙ୍କ ସହ କାନ୍ସ ଫିଲ୍ମ ଫେଷ୍ଟିଭାଲରେ ନଜର ଆସିବେ । ଏହି ଫଟୋ ଭାଇରାଲ ହେବା ପରେ ଅନୁଷ୍କା ଶର୍ମାଙ୍କୁ ଫ୍ୟାନ୍ସ ଶୁଭେଚ୍ଛା ଜଣାଇବା ଆରମ୍ଭ କରିଦେଇଛନ୍ତି ।

Related posts

ବିରୁଷ୍କାଙ୍କ ଡାନ୍ସ ଭିଡିଓ ଭାଇରାଲ

mahabharatanews

ଇଶା ଦେଓଲଙ୍କ ଲିପ୍ ସର୍ଜରୀ

mahabharatanews

ୱାହିଦା ରେହମାନଙ୍କୁ ଦାଦା ସାହେବ ଫାଲ୍‌କେ ପୁରସ୍କାର

mahabharatanews