ଭାରତ

୨୪ ଘଣ୍ଟାରେ ଦେଶରୁ ୩,୬୧୧ କରୋନା ସଂକ୍ରମିତ ଚିହ୍ନଟ

(ଦିଲ୍ଲୀ) : ଦିନକୁ ଦିନ ଘନେଇବାରେ ଲାଗିଲାନି କରୋନା ସଂକ୍ରମଣ । ୨୪ ଘଣ୍ଟାରେ ଚିହ୍ନଟ ହୋଇଥିବା ୩,୬୧୧ ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୪,୪୯,୬୪,୨୮୯ରେ ପହଞ୍ଚିଛି। ଆଜି ଦେଶରେ କୋଭିଡ୍‌-୧୯ ସଂକ୍ରମଣ ସଂଖ୍ୟା ସାମାନ୍ୟ ହ୍ରାସ ପାଇଥିଲେ ବି ୪,୦୦୦ ତଳେ ରହିଛି।  ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୩୪,୦୦୦ ରହିଥିବା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଦେଇଛି ।

ସୂଚନାନୁଯାୟୀ , ଗତ ୨୪ ‌ଘଣ୍ଟାରେ ୩୬ଟି ମୃତ୍ୟୁ ରିପୋର୍ଟ କରାଯିବା ଫଳରେ ଦେଶରେ କୋଭିଡ୍‌-୧୯ଜନିତ ମୃତ୍ୟୁସଂଖ୍ୟା ୫,୩୧,୬୪୨କୁ ବୃଦ୍ଧି ପାଇଛି। ଗତ ୨୪ ଘଣ୍ଟାରେ କୋଭିଡ୍-୧୯ ସଂକ୍ରମଣରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କୁ ମିଶାଇ ସମ୍ପ୍ରତି ଦେଶରେ ସମୁଦାୟ ସୁସ୍ଥତା ସଂଖ୍ୟା ହେଉଛି ୪,୪୩,୯୯,୪୧୫।

Related posts

କର୍ତ୍ତବ୍ୟ ପଥରେ ଓଡ଼ିଶାର ପ୍ରଜ୍ଞାପନ ମେଢ 

mahabharatanews

ସଂସଦର ଉଭୟ ସଦନରେ ଆଜି ବି ଜାରି ରହିଥିଲା ହଙ୍ଗାମା

mahabharatanews

 ‘ଅପରେସନ୍‌ ଅଜୟ’ ; ଦ୍ବିତୀୟ ବ୍ୟାଚ୍‌ରେ ୨୩୫ ଭାରତୀୟ

mahabharatanews