ଓଡିଶା

କେବଳ ଫୋଟୋରେ ସୀମିତ ରହିଯାଇଛି ଓଡ଼ିଆପକ୍ଷ

କେବଳ ଫୋଟୋରେ ସୀମିତ ରହିଯାଇଛି ଓଡ଼ିଆପକ୍ଷ ।ଓଡ଼ିଆ ପକ୍ଷ ପାଳନରେ ବ୍ଲକ ପ୍ରଶାସନର ଏତେ ଅନିଚ୍ଛା କାହିଁକି ଯାହାକୁ ନେଇଁ ଏବେ ଚର୍ଚ୍ଚା, ଶାସକ ଦଳର ବିଧାୟକଙ୍କ ଏହି ଝରୀଗାଁ ନିର୍ବାଚନୀ ମଣ୍ଡଳୀରେ ଓଡ଼ିଆ ପକ୍ଷ ପ୍ରତି ଚରମ ଅବହେଳା କୁ ନେଇଁ ଏବେ ପ୍ରଶ୍ନ । ରାଜ୍ୟ ସରକାର ଗତ ଅପ୍ରେଲ ଏକ ତାରିଖରୁ ଚଉଦ ତାରିଖକୁ ଓଡ଼ିଆ ପକ୍ଷ ପାଳନ ଲାଗି ଘୋଷଣା କରିଥବା ବେଳେ ଏହାକୁ ନେଇଁ ପ୍ରତେକ ପଂଚାୟତ ସମିତିରେ ଏକ ତାରିଖରୁ 14 ଏପ୍ରେଲ ଓଡ଼ିଆ ବର୍ଷ ପର୍ଯ୍ୟନ୍ତ ପ୍ରତିଦିନ ଏ ଅଂଚଳର କଳା ସାହିତ୍ୟ ସଂସ୍କୃତି ପରମ୍ପରା ଐତିହ ଏବଂ ପ୍ରତିଭାକୁ ପ୍ରାଧାନ୍ୟ ଦେଇ ଭିନ୍ନ ଭିନ୍ନ ପ୍ରକାରର କାର୍ଯ୍ୟକ୍ରମ ଗୁଡିକ ଅନୁଷ୍ଠିତ ଲାଗି ନିଁର୍ଧେଶ ରହିଛି, ଏବଂ ଏ ସଂକ୍ରାନ୍ତୀୟ ଏକ ଚୂଡାନ୍ତ ଲେଖା ବିଭିନ୍ନ ବ୍ଲକ ତରଫରୁ ପ୍ରକାଶ ପାଇଛି ।

ଯେଉଁଥିରେ ପ୍ରଥମ ଦିନ ( ଓଡ଼ିଆ ଦିବସ ଖାଦିଛୁଆ ଦିବସ,ପାରମ୍ପରିକ ପୋଷାକ ପରିଧାନ ଦିବସ,ନାମ ଫଳକ ସଚେତନତା ପଦଯାତ୍ରା, ଗଣ ଦୌଡ଼,ଦେବାଳୟ ଓ ଐତିହ୍ୟ ସ୍ଥଳୀ ସ୍ୱଚ୍ଛତା ଅଭିଯାନ, ବର୍ଣ୍ଣବୋଧ ବଣ୍ଟନ,ରକ୍ତଦାନ ଶିବିର,ଅସ ବହିଟିଏ କିଣିବା,ଲୋକକଳା ପାଇଁ ଦିନଟିଏ,ଯୁବଲେଖକ ସମିଳନୀ, ବ୍ଲକ ରେ ବରପୁତ୍ର ମାନଙ୍କର ଆଲୋଚନା, ପାରମ୍ପରିକ ଖାଦ୍ୟ ଦିବସ,ଏବଂ ଶେଷ ଦିନ ପୀଠା ପଣା କରି ପଣା ବଣ୍ଟନ କରାଯାଇ ଓଡ଼ିଆ ବର୍ଷ ପାଳନ କରାଯିବା ର ବ୍ୟବସ୍ଥା ରହିଛି) କିନ୍ତୁ ଝରୀଗାଁ ପଂଚାୟତ ସମିତି ପାଇଁ ଏ ସବୁ ଏବେ ବୋଝ ହୋଇଯାଇଥିବା ଭଳି ମନେହେଉଛି, ଓଡିଶା ରେ ଓଡ଼ିଆଙ୍କ ପାଇଁ ଓଡ଼ିଆ ନବବର୍ଷ ଏକ ଗର୍ବ ଏବଂ ଗୌରବ ର ବିଷୟ ହୋଇଥିବା ବେଳେ ଝରୀଗାଁ ରେ କିନ୍ତୁ ପ୍ରଶାସନ ଏହି  ଓଡ଼ିଆ ପକ୍ଷ ପ୍ରତି ଅହେତୁକ ଅବହେଳା କରୁଥିବା ଦେଖାଦେଇଛି, ଏ ସମ୍ପର୍କ ରେ କୌଣସି ଉତ୍ସବ କୁ ଢଙ୍ଗରେ ପାଳନ କରାଯାଇନାହିଁ,  କେବଳ ଫୋଟୋ ଉଠେଇ ସାରିଦିଆଯାଉଛି । ଯେଉଁ ମାନଙ୍କ ଲାଗି ଏଭଳି କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଇଛି ସେମାନଙ୍କୁ ଏ କାର୍ଯ୍ୟକ୍ରମ ସମ୍ପର୍କରେ କିଛି ହେଲେ ଜଣାନାହିଁ । ଝରୀଗାଁ ପଂଚାୟତ ସମିତି ଦ୍ୱାରା ପ୍ରକାଶିତ ଚିଠିରେ ମାତ୍ର ପାଞ୍ଚ ଛଅ ଟି କାର୍ଯ୍ୟକ୍ରମ ସ୍ଥିର କରାଯାଇଥିଲେ ମଧ୍ୟ ସେତକକୁ ମଧ୍ୟ ଅବହେଳା କରାଯାଇଛି।

ଏଠି କେବଳ ବିଧାୟକଙ୍କ ଗସ୍ତ ସମୟରେ ଯାହା ଟିକେ ଐତିହ୍ୟ ଗଣ ଦୌଡ଼ ବେଳେ ଦୁଇ ଚାରିଲୋକଙ୍କ ସମାଗମ ଦେଖିବାକୁ ମିଳିଥିଲା କିନ୍ତୁ ପରବର୍ତ୍ତୀ ପ୍ରତିଟି କାର୍ଯ୍ୟକ୍ରମ କୁ କେବଳ ଫୋଟୋ ପାଇଁ ଆୟୋଜନ କରାଯାଇଛି । ସେଭଳି ଗତ 11 ତାରିଖ ଦିନ ଯୁବ ଲେଖକଙ୍କ ସମ୍ମିଳନୀ କେବଳ  9ନଅ ରୁ ଦସ ଲୋକଙ୍କୁ ନେଇଁ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଙ୍କ ଚାମ୍ବର ମଧ୍ୟରେ ଅନୁଷ୍ଠିତ କରାଯାଇଥିଲା, କିନ୍ତୁ ଅତି ଦୁଃଖ ର କଥା ହାତଗଣତି କିଛି ଲୋକଙ୍କୁ ନେଇଁ କାର୍ଯ୍ୟକ୍ରମଟିକୁ ଝରୀଗାଁ ସମ୍ପ୍ରସାରଣ ଅଧିକାରୀ ଙ୍କ ଜରିଆରେ ସାରି ଦିଆଗଲା ହେଲେ (ବି ଡ଼ି ଓ )ଆସିଲେ ନାହିଁ।  ବିଶାଳ ତେଇଶି ଗୋଟି ଗ୍ରାମପଂଚାୟତ ମଧ୍ୟରେ ଅନେକ ସାହିତ୍ୟିକ ଗାଳ୍ପିକ ଲେଖକ ଏବଂ କଳାକାର ଭରି ହୋଇ ରହିଥିବା ବେଳେ ମାତ୍ର ହାତ ଗଣତି କିଛି ଶିକ୍ଷକଙ୍କୁ ନେଇଁ କାର୍ଯ୍ୟ ସମ୍ପାଦନ କରିଦେଲେ, ତା ଛଡା ଝରୀଗାଁ ଯେଉଁଠି ଅନେକ ସ୍ୱାଧୀନତା ସଂଗ୍ରାମୀ ଙ୍କ ପରିବାର ରହିଛନ୍ତି ଏବଂ ପେନସନ ମଧ୍ୟ ପାଉଛନ୍ତି ହେଲେ ଓଡ଼ିଆ ପକ୍ଷ ର ଦ୍ୱାଦଶ ଦିନରେ ସେହି ସଂଗ୍ରାମୀ ମାନଙ୍କୁ ନେଇଁ କାର୍ଯ୍ୟକ୍ରମ ରହିଥିବା ବେଳେ ଏହି ସଂଗ୍ରାମୀ ପରିବାର ଙ୍କୁ ନିମନ୍ତ୍ରଣ କରି ସମ୍ମାନିତ ମଧ୍ୟ କରାଯାଇପାରିଥାନ୍ତା କିନ୍ତୁ ଝରୀଗାଁ ବ୍ଲକ ପ୍ରଶାସନ ବ୍ଲକ ଠାରୁ ପାଞ୍ଚ କିଲୋମିଟର ଦୂର କର୍ମରି ସ୍ଥିତ ଏକ ବିଦ୍ୟାଳୟରେ ପୂର୍ବ ପ୍ରସ୍ତୁତ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରି ପୁଣି ସେହି ମାନଙ୍କୁ ନେଇଁ ଫୋଟୋ ଉଠେଇଥିବା ଦେଖିବାକୁ ମିଳିଥିଲା

ଅପରପକ୍ଷେ ଏହି ପବିତ୍ର ଓଡ଼ିଆ ଦିବସରେ ବ୍ଲକ ସମୁଖରେ ରଙ୍ଗ ଟିକେ ମରାଯାଇପାରିଲା ନାହିଁ କି ବ୍ଲକ କୁ ଟିକେ ସାଜ ସଜା ମଧ୍ୟ କରାଗଲା ନାହିଁ ତା ଛଡା ସାଧାରଣ ଲୋକେ ମଧ୍ୟ ଏ ଓଡ଼ିଆ ଦିବସ ସମ୍ପର୍କରେ ଜାଣିନଥିବା ପ୍ରକାଶ କରୁଛନ୍ତି, ଗଣମାଧ୍ୟମ ହାତରେ ଦରଖଣ୍ଡିଆ ଚିଠି ଦେଇ ଯେଉଁ ବୈମାତୃକ ମନୋଭାବ ପୋଷଣ ପରାଯାଇଛି ସେଥିପାଇଁ ବୁଦ୍ଧିଜୀବୀ ମହଲରେ ମଧ୍ୟ ଏହାକୁ ନେଇଁ ଦୃଢ଼ ନିନ୍ଦା କରାଯାଇଛି। ଅସ୍ମିତା ପ୍ରତି ସଜାଗ ରହିଥିବା ରାଜ୍ୟ ସରକାର ଙ୍କ ଶାସକ ଦଳର ବିଧାୟକ ଙ୍କ ନିର୍ବାଚନୀ ମଣ୍ଡଳୀରେ ଏଭଳି ଓଡ଼ିଆ ଅସ୍ମିତା କୁ ନେଇଁ ଅନୁଷ୍ଠିତ ଏବେ  କାର୍ଯ୍ୟକ୍ରମ କେବଳ ଫୋଟୋ ଉଠେଇ ସରକାର ଓଡ଼ିଆଙ୍କୁ ଠକୁଥିବା ନେଇଁ ଚର୍ଚ୍ଚା ମଧ୍ୟ ହେଲାଣି।

Related posts

ରାଜ୍ୟରେ ଆରମ୍ଭ ଶୀତ, କୋରାପୁଟରେ ସର୍ବନିମ୍ନ ତାପମାତ୍ରା ୧୩.୮ ଡିଗ୍ରୀ

mahabharatanews

ବାଲୁୁକା ଶିଳ୍ପିରେ ହକି ଟିମଙ୍କୁ ଶୁଭେଛା

mahabharatanews

ବିଶ୍ୱପ୍ରସିଦ୍ଧ ରଥଯାତ୍ରା: ଅପେକ୍ଷା ଆଉ ମାତ୍ର ୭ ଦିନ  

mahabharatanews