ଓଡିଶା

ଆଜି ବିଜେଡି ସୁପ୍ରିମୋଙ୍କ ପ୍ରଚାରରେ କମ୍ପିବ ମୟୂରଭଞ୍ଜ

(ମୟୂରଭଞ୍ଜ) : ମୟୂରଭଞ୍ଜରେ ଆଜି ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ମଇଦାନକୁ ଓହ୍ଲାଇବେ ନବୀନ । ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ବାରିପଦା ବିଜେଡି ଶିବିରରେ ଉତ୍ସାହ ଦେଖିବାକୁ ମିଳିଛି । ଜିଲ୍ଲାର ଦୁଇଟି ସ୍ଥାନରେ ହେବାକୁ ଥିବା ନିର୍ବାଚନୀ ପ୍ରଚାର କାର୍ଯ୍ୟକ୍ରମରେ ସାମିଲ ହେବେ ବିଜେଡି ସୁପ୍ରିମୋ । ପ୍ରଚାର ସଭାରେ ସାମିଲ ହୋଇ ବିଜେଡି ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିବେ ।

ସୂଚନାନୁଯାୟୀ ,  ରାଇରଙ୍ଗପୁର ସ୍ଥିତ କନ୍ୟାଶ୍ରମ ପଡ଼ିଆରେ ଦିନ ୧୧:୩୦ରେ ହେଲିକପ୍ଟର ଯୋଗେ ପହଞ୍ଚି ସ୍ଥାନୀୟ କଚେରୀ ପଡ଼ିଆରେ ଆୟୋଜିତ ନିର୍ବାଚନୀ ପ୍ରଚାର ସମାବେଶରେ ଯୋଗ ଦେବେ । ଏହାପରେ ମଧ୍ୟାହ୍ନ ୧୨ଟା ୩୫ରେ ସିଧା ସଳଖ ବାରିପଦା ସହରର ଐତିହାସିକ ଛଉ ପଡିଆଠାରେ ପହଁଚି ସେଠାରେ ପ୍ରଚାର ସଭାରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ଭିକ୍ଷା କରିବେ ବିଜେଡି ମୁଖିଆ । ଅପରାହ୍ନ ୧ଟା୧୫ରେ ବାରିପଦା ସ୍ଥିତ ସର୍କିଟ ହାଉସଠାରେ ମଧ୍ୟାହ୍ନ ଭୋଜନ କରି କିଛି ସମୟ ବିଶ୍ରାମ ନେବେ । ଅପରାହ୍ଣ ୩:୨୫ ମି.ରେ ଛଉ ପଡିଆରୁ ହେଲିକ୍ୟାପ୍ଟର ଯୋଗେ ବାଲେଶ୍ୱର ଜିଲ୍ଲାକୁ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି ।

Related posts

୨୪ ଘଣ୍ଟାରେ ୧୩ଟି ଜିଲ୍ଲାରେ ଝଡ଼ବର୍ଷା ସହ ବଜ୍ରପାତ ସମ୍ଭାବନା 

mahabharatanews

ଓଜେଇଇ ପରୀକ୍ଷା ଫଳ ଅକ୍ଟୋବର ୩୧ରେ ପ୍ରକାଶ ପାଇବ

mahabharatanews

ବର୍ଷେ ଜେଲ ଦଣ୍ଡ ସହିତ ଜରିମାନା ଏବଂ ପୀଡିତାଙ୍କୁ ଆର୍ଥିକ ସହାୟତା   

mahabharatanews