ଓଡିଶା

ଓଡ଼ିଶାରେ ମତଦାନ ଆରମ୍ଭ

(ଭୁବନେଶ୍ୱର) :  ଓଡ଼ିଶାରେ ମତଦାନ ଆରମ୍ଭ । ପ୍ରଥମ ପର୍ଯ୍ୟାୟରେ ୪ ସଂସଦୀୟ କ୍ଷେତ୍ରରେ ଚାଲିଛି ମତଦାନ। କୋରାପୁଟ, ନବରଙ୍ଗପୁର, ବ୍ରହ୍ମପୁର, କଳାହାଣ୍ଡି ପାଇଁ ମତଦାନ ଚାଲିଛି । ସେହିପରି ୨୮ ବିଧାନସଭା କ୍ଷେତ୍ର ପାଇଁ ମଧ୍ୟ ଏକସଙ୍ଗେ ଭୋଟିଂ ଚାଲିଛି ।

ସୂଚନାନୁଯାୟୀ ,   ପ୍ରଥମ ପର୍ଯ୍ୟାୟରେ ମୋଟ ୬୨ ଲକ୍ଷ ୮୭ ହଜାର ଭୋଟର ମତଦାନ କରିବେ । ସେମାନଙ୍କ ମଧ୍ୟରୁ ୩୦ ଲକ୍ଷ ୯୭ ହଜାର ପୁରୁଷ, ୩୧ ଲକ୍ଷ ୮୯ ହଜାର ମହିଳା ଭୋଟର ଅଛନ୍ତି । ମୋଟ ୭ ହଜାର ୩୦୩ କେନ୍ଦ୍ରରେ ଭୋଟର ମତଦାନ ହେବ । ସମ୍ବେଦନଶୀଳ ବୁଥ ଗୁଡିକରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ମାଓପ୍ରବଣ ମାଲକାନଗିରିର ସ୍ୱାଭିମାନ ଅଞ୍ଚଳରେ କଡ଼ା ସୁରକ୍ଷା ବ୍ୟବସ୍ଥା ହୋଇଛି । ପ୍ରଥମ ପର୍ଯ୍ୟାୟ ପାଇଁ ମୋଟ୍ ୭ହଜାର ୩୦୩ ମତଦାନ କେନ୍ଦ୍ର କରାଯାଇଛି । ୧୨ଶହ ୭୬ ଆଦର୍ଶ ବୁଥ୍ କରାଯାଇଛି ।

Related posts

ରାଜ୍ୟପାଳଙ୍କ ପୁଅ ପ୍ରସଙ୍ଗ: ଆଜିବି କମ୍ପିପାରେ ବିଧାନସଭା !

mahabharatanews

ଶତାବ୍ଦୀର ନାୟକ ମଧୁ ବାରିଷ୍ଟର

mahabharatanews

କେଦାରନାଥରେ ଫସିଥିବା ୪ ଓଡ଼ିଆ ସୁରକ୍ଷିତ

mahabharatanews