ଓଡିଶା

ମୋଦିଙ୍କୁ ନବୀନଙ୍କ ପ୍ରଶ୍ନ

(ଭୁବନେଶ୍ୱର) : ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରଚାର ସରିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତକାଲି ରାଜ୍ୟର ୩ଟି ନିର୍ବାଚନୀ ସଭାରେ ସିଧାସଳଖ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ବିଜେଡି ସରକାରକୁ ସମାଲୋଚନା କରିବା ପରେ ରାତିରେ ନବୀନ ପାଲଟା ଜବାବ ଦେଇଛନ୍ତି ।

ନବୀନ କହିଛନ୍ତି, ମୋର କଣ ମନେ ଅଛି କି ନାହିଁ ରାଜ୍ଯବାସୀ ଜାଣିଛନ୍ତି । ଓଡ଼ିଶାକୁ କେତେ ମନେ ରଖିଛନ୍ତି ପ୍ରଧାନମନ୍ତ୍ରୀ ? ପ୍ରଧାନମନ୍ତ୍ରୀ ଓଡ଼ିଆ ଭାଷାକୁ ଭୁଲିଗଲେ । ସଂସ୍କୃତ ଭାଷାକୁ ହଜାରେ କୋଟି ଦେଲେ । ଓଡିଆ ଭାଷାକୁ ଅନୁଦାନ ଶୂନ । ଓଡ଼ିଶୀ ସଂଗୀତକୁ ଭୁଲିଗଲେ ପ୍ରଧାନମନ୍ତ୍ରୀ । ଓଡ଼ିଶୀ ସଂଗୀତକୁ ଶାସ୍ତ୍ରୀୟ ମାନ୍ଯତା ଲାଗି ୨ ଥର ପ୍ରସ୍ତାବ ଦେଇଛି । ଆପଣ ଭାରତ ରତ୍ନ ଦେବା ବେଳେ ବିଜୁ ପଟ୍ଟନାୟକଙ୍କୁ ଭୁଲିଗଲେ । ଚାଷୀଙ୍କ ପାଇଁ ଏମଏସପି ଦୁଇଗୁଣ, କୋଷ୍ଟାଲ ହାଇୱେ କରିବାକୁ ବି ଭୁଲିଗଲେ । ଓଡ଼ିଶାର ସମ୍ପଦ କୋଇଲା ନେଉଛନ୍ତି । କିନ୍ତୁ ରୟାଲଟି ବଢ଼ାଇବାକୁ ୧୦ବର୍ଷ ହେଲା ଭୁଲିଗଲେ ।

Related posts

ପୁଣି ଜଣେ ଛାତ୍ରଙ୍କୁ ରାଗିଂ

mahabharatanews

ହାତୀ ଶାବକର ମୃତଦେହ ଉଦ୍ଧାର

mahabharatanews

କରୋନ କଟକଣାକୁ ନମାନି ତଣ୍ଡ ଗଣିଲେ ୩ ଶୋ ରୁମ୍

mahabharatanews