ଭାରତ

୫ ଗାଁକୁ ଦଖଲ କଲା ରୁଷିଆ

(ଦିଲ୍ଲୀ) : ରୁଷ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ୨୬ ମାସରୁ ଅଧିକ ସମୟ ଧରି ଚାଲିଛି । ବର୍ତ୍ତମାନ ଏହି ଯୁଦ୍ଧ ବନ୍ଦ ହେବା ପରି ମନେ ହେଉନାହିଁ। ଏହି ସମୟରେ, ରୁଷିଆ ସୈନ୍ୟମାନେ ୟୁକ୍ରେନରେ ସ୍ଥଳ ଆକ୍ରମଣ ଆରମ୍ଭ କରିବା ସହ ପାଞ୍ଚଟି ଗାଁକୁ ନିଜ ଦଖଲକୁ ନେଇଛନ୍ତି।

ସୂଚନାନୁଯାୟୀ , ତେବେ ୟୁକ୍ରେନ ଅଧିକାରୀମାନେ ଏପର୍ଯ୍ୟନ୍ତ ଏହା ନିଶ୍ଚିତ କରିନାହାନ୍ତି। ୟୁକ୍ରେନ ରାଷ୍ଟ୍ରପତି ଭ୍ଲାଦିମିର ଜେଲେନସ୍କି ଶନିବାର ସନ୍ଧ୍ୟାରେ କହିଛନ୍ତି ଯେ ଷ୍ଟ୍ରିଲେଚା ଏବଂ ପ୍ଲେଟେନିଭ୍କା, କ୍ରାସ୍ନେ, ମୋରୋକୋଭେଟସ୍, ଓଲିନିକୋଭ, ଲୁକିଆଣ୍ଟି ଏବଂ ହାଥାଇସରେ ମଧ୍ୟ ଯୁଦ୍ଧ ଜାରି ରହିଛି।  ଇନଷ୍ଟିଚ୍ୟୁଟ୍ ଫର ଷ୍ଟଡି ଅଫ୍ ୱାର୍ କହିଛନ୍ତି ଯେ ଅତି କମରେ ଗୋଟିଏ ଗାଁକୁ ଦଖଲ କରାଯାଇଛି। ୟୁକ୍ରେନ ଅଧିକାରୀଙ୍କ ଅନୁଯାୟୀ, ଏହି ଅଞ୍ଚଳରେ ଆକ୍ରମଣ ଯୋଗୁ ବସ୍ତିରେ ରହୁଥିବା ୧,୭୦୦ ରୁ ଅଧିକ ସାଧାରଣ ନାଗରିକ ଜୀବନ ଭୟରେ ପଳାୟନ କରିଛନ୍ତି।

Related posts

ବିଶ୍ୱକପ୍ ୨୦୨୩ : ମୁମ୍ବାଇରେ ଦକ୍ଷିଣ ଆଫ୍ରିକା-ବାଂଲାଦେଶ ଟକ୍କର

mahabharatanews

ଯବାନଙ୍କ ଗୁଳିରେ ଟଳିଲେ ୪ ମାଓବାଦୀ

mahabharatanews

ଆଜି ଭାରତୀୟ ବାୟୁସେନାର ୯୦ତମ ପ୍ରତିଷ୍ଠା ଦିବସ ; ଚଣ୍ଡିଗଡ଼ର ସୁଖ୍ନା ଲେକରେ ହେଉଛି ଏୟାର ସୋ

mahabharatanews