(ଭୁବନେଶ୍ୱର) : ଧର୍ମ ମାସ ପରେ ଆଜି ଛାଡଖାଇ । କାର୍ତ୍ତିକ ମାସ ଯାକ ନିରାମିଶ ଖାଦ୍ୟ ଖାଇଥାନ୍ତି ଲୋକେ, ହେଲେ ପୂର୍ଣ୍ଣିମା ସରିବା ପରେ ଆଜି ଆମିଷ ଖାଇ ଛାଡଖାଇ ପାଳନ କରିଥାନ୍ତି ଲୋକେ । ହେଲେ ଲୋକଙ୍କ ଚାହିଦାକୁ ନଜରରେ ରଖି ବ୍ରଏଲର କୁକୁଡ଼ା, ଖାସିମାଂସ, ମାଛ, ଦେଶୀ କୁକୁଡ଼ା. ଅଣ୍ତା, ଚିଙ୍ଗୁଡି, କଙ୍କଡ଼ା, ଇଲିସି ବଜାରରେ ମିଳୁଛି ।
ସୂଚନାନୁଯାୟୀ , ଏହାର ମଧ୍ୟରେ ଭୁବନେଶ୍ୱରରେ ମଟନ୍ କିଲୋ ୮ ଶହ ଟଙ୍କା ହୋଇଥିବା ବେଳେ ଚିଙ୍ଗୁଡି ୫ ଶହ ରୁ ୬ ଶହ ଟଙ୍କା ସେଗହିପରି ଦେଶୀ ଚିକେନର ଦାମ୍ ୨୨୦ ଟଙ୍କା ରହିଛି । ତେବେ ମଙ୍ଗଳାବାର ଯୋଗୁଁ ଦରରେ କିଛି ଖାସ୍ ପରିବର୍ତ୍ତନ ଦେଖିବା ପାଇଁ ମିଳିନାହିଁ ହେଲେ ଆସନ୍ତାକାଲି ବୁଧବାର ଥିବାରୁ ରେଟ୍ ବଢିପାରେ ବୋଲି ଆଶା କରାଯାଉଛି । ଛାଡ଼ଖାଇ, ଓଡ଼ିଶାରେ ପାଳିତ ଏକ ସାମାଜିକ ଚଳଣି । ସମ୍ପୂର୍ଣ୍ଣ ମାସ ଆମିଷ ଭକ୍ଷଣ କରନ୍ତି ନାହିଁ । ଛାଡ଼ଖାଇ ଶବ୍ଦଟି, ‘ଛାଡ଼’ ଓ ‘ଖାଇ’ ଦୁଇଟି ଶବ୍ଦର ସନ୍ଧିରୁ ବିକଶିତ । ଛାଡ଼ ଅର୍ଥ ସମୟର ଅନ୍ତରାଳ ଓ ଖାଇ ଅର୍ଥ ଖାଇବା ।