ଭୁବନେଶ୍ୱର: ବିଶ୍ୱରେ କରୋନା ତାର ଆତଙ୍କରାଜ ଚଳାଇଥିବା ବେଳେ ଭାରତର ସ୍ଥିତି ମଧ୍ୟ ଦିନ ପ୍ରତିଦନ ଗମ୍ଭୀର ହେବାରେ ଲାଗିଛି । ସମ୍ପ୍ରତି ଦେଶରେ ପ୍ରତ୍ୟହ ସାଢେ ୯ ହଜାରରୁ ଅଧିକ ସଂକ୍ରମିତ ଚିହ୍ନଟ ହେଉଛନ୍ତି । ଏହା ଉଭୟ କେନ୍ଦ୍ର ତଥା ରାଜ୍ୟ ସରକାରମାନଙ୍କ ପାଇଁ ଏକ ଚ୍ୟାଲେଞ୍ଜରେ ପରିଣତ ହୋଇଛି । ଏପରି ଘଡିସନ୍ଧି ମୁହୂର୍ତ୍ତରେ ସମସ୍ତ ରାଜ୍ୟର ରାଜ୍ୟ ସରକାର କରୋନା ମହାମାରୀର ମୁକାବିଲା ପାଇଁ ପ୍ରାଣପଣେ ପ୍ରୟାସ ଜାରି ରଖିଛନ୍ତି । ଦେଶରେ କରୋନା ମୁକାବିଲାରେ ଯେଉଁ ମୁଖ୍ୟମନ୍ତ୍ରୀଙ୍କ ଦାୟିତ୍ୱବୋଧକୁ ନେଇ ଚର୍ଚ୍ଚା ହେଉଛି ସେମାନଙ୍କ ମଧ୍ୟରେ ରହିଛନ୍ତି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେର, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ, ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ, ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ, କେରଳ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟାନ, ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ପଶ୍ଚିମ ବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ।
ଦେଶରେ ବର୍ତ୍ତମାନ ପର୍ଯ୍ୟନ୍ତ ୨୭୬୫୮୩ ଜଣ କରୋନାରେ ସଂକ୍ରମିତ ହୋଇଥିବା ବେଳେ ୧୩୫୨୦୫ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ଓ ୭୭୪୫ ଜଣଙ୍କ ମୃତ୍ୟୁ ହୋଇଛି । କିନ୍ତୁ ଦେଶରେ ବର୍ତ୍ତମାନ ସବୁଠାରୁ ଖରାପ ସ୍ଥିତିରେ ରହିଛି ମହାରାଷ୍ଟ୍ର । ମହାରାଷ୍ଟ୍ରରେ ବର୍ତ୍ତମାନ ପର୍ଯ୍ୟନ୍ତ ୯୦୭୮୭ ଜଣ ଆକ୍ରାନ୍ତ ହୋଇଥିବା ବେଳେ ୪୪୮୬୦ ଜଣ ସୁସ୍ଥ ହୋଇଛନ୍ତି ଓ ୩୨୮୯ ଜଣଙ୍କ ମୃତ୍ୟୁ ଘଟିଛି । ଉଦ୍ଧବ ଠାକରେ ସରକାର ରାଜ୍ୟରେ ଲକଡାଉନ ଜାରି କରିଛନ୍ତି ଦେଶରେ ଲକଡାଉନ ଉଠାଇ ଦିଆଯାଇଥିଲେ ମଧ୍ୟ । କିନ୍ତୁ ମହାରାଷ୍ଟ୍ର ଦେଶରେ କରୋନା ସେଣ୍ଟର ପାଲଟିଛି । ରାଜ୍ୟରେ କରୋନା ଉପରେ କୌଣସି ନିୟନ୍ତ୍ରଣ ସମ୍ଭବ ହେଉନାହିଁ । ସୁସ୍ଥ ସଂଖ୍ୟାକୁ ଦେଖିଲେ ଜଣାଯାଉଛି, ୪୬.୯୬% ସୁସ୍ଥତା ହାର ଥିବା ବେଳେ ମୃତ୍ୟୁ ହାର ୩.୬୨% ରହିଛି । ସେହିପରି ଦେଶର ରାଜଧାନୀ ଦିଲ୍ଲୀର ସ୍ଥିତି ମଧ୍ୟ ଚିନ୍ତାଜନକ ରହିଛି । ଦିଲ୍ଳୀରେ ୩୧୩୦୯ ଜଣ ଆକ୍ରାନ୍ତ ହୋଇଥିବା ବେଳେ ୧୧୮୬୧ ଜଣସୁସ୍ଥ ହୋଇଛନ୍ତି ଓ ୯୦୫ ଜଣଙ୍କ ମୃତ୍ୟୁ ହୋଇଛି । ଦିଲ୍ଲୀରେ ସୁସ୍ଥତା ଅନୁପାତ ୩୭.୮୯% ଥିବା ବେଳେ ମୃତ୍ୟୁ ହାର ୨.୮୯% ରହିଛି । ଉତ୍ତର ପ୍ରଦେଶରେ ମୋଟ ଆକ୍ରାନ୍ତ ୧୧୩୩୫ ହୋଇଥିବା ବେଳେ ୬୯୭୧ ସୁସ୍ଥ ହୋଇଛନ୍ତି, ଯାହା ୬୧% ରହିଛି । ସେହିପରି ମୃତକଙ୍କ ସଂଖ୍ୟା ୩୨୧ ସହ ୨.୮୩% ରହିଛି । ପଶ୍ଚିମ ବଙ୍ଗରେ ମୋଟ ୮୯୮୫ ଥିବା ବେଳେ ସୁସ୍ଥ ସଂଖ୍ୟା ୪୦.୨% ହିସାବରେ ୩୬୨୦ ଓ ମୃତ୍ୟୁ ୪.୬୧%ରେ ୪୧୫ ରହିଛି । ରାଜସ୍ଥାନରେ ୧୧୨୪୫ ମୋଟ ଆକ୍ରାନ୍ତଙ୍କ ୭୪.୦୫% ସୁସ୍ଥ ହୋଇଥିବା ବେଳେ ୨.୨୬ ହାରରେ ୨୫୫ ମୃତ୍ୟୁ ହୋଇଛି । ସେହିପରି କେରଳରେ ସୁସ୍ଥତା ହାର ୪୦.୪୫ ପ୍ରତିଶତ ଥିବା ବେଳେ ମୃତ୍ୟୁ ହାର ୦.୭୬% ସହ ୧୬ ରହିଛି । ଓଡିଶାରେ ୯ ଜଣଙ୍କ ମୃତ୍ୟୁ ହୋଇଥବବା ବେଳେ ୨୧୩୩ ଜଣ ସୁସ୍ଥ ହୋଇଛନ୍ତ । ଅର୍ଥାତ୍ ଓଡିଶରେ ସୁସ୍ଥତା ହାର୬୭.୯% ଓ ମୃତ୍ୟୁ ହାର ୦.୨୮% ରହିଛି ।
ଅର୍ଥାତ୍ କେରଳ ଓ ଓଡିଶର ସ୍ଥିତି ଅନ୍ୟ ରାଜ୍ୟ ତୁଳନାରେ ଉଭୟ ସୁସ୍ଥ ଓ ମୃତକଙ୍କ ସଂଖ୍ୟାରେ ସନ୍ତୋଷଜନକ ସ୍ଥିତିରେ ରହିଛି । ତେବେ କେରଳଠାରୁ ଓଡିଶାର କରୋନା ସ୍ଥିତି ଅଧିକ ନିୟନ୍ତଣାଧୀନ ରହିଛି । ଏଥିରୁ ପ୍ରମାଣିତ ହୋଇଛି, କରୋନା ମୁକାବିଲାରେ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନ୍ୟ ରାଜ୍ୟଠାରୁ ଆଗରେ ରହିଛନ୍ତି ।
previous post