ଓଡିଶା

ଆଜି ବିଜେଡିର କାର୍ଯ୍ୟକାରିଣୀ ବୈଠକ

(ଭୁବନେଶ୍ୱର) : ଆଜି ବିଜେଡିର କାର୍ଯ୍ୟକାରିଣୀ ବୈଠକ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ପୂର୍ବାହ୍ନରେ ଶଙ୍ଖଭବନରେ ଏହି ବୈଠକ ବସିବ । ଆଗକୁ ଉଭୟ ବିଧାନସଭା ଓ ଲୋକସଭା ନିର୍ବାଚନ ଥିବା ବେଳେ ଏହି ବୈଠକ ବହୁ ଗୁରୁତ୍ଵପୂର୍ଣ୍ଣ ବୋଲି ଆକଳନ କରାଉଛି ।

ସୂଚନାନୁଯାୟୀ , ରାଜ୍ୟ କାର୍ଯ୍ୟକାରିଣୀର ସମସ୍ତ ସଦସ୍ୟଙ୍କ ସହ ସମସ୍ତ ବିଧାୟକ, ଏମ୍‌ପି, ରାଜ୍ୟ ଛାମୁଆ ସଙ୍ଗଠନର ସଭାପତି ଏବଂ ଆମନ୍ତ୍ରିତ ସାଙ୍ଗଠନିକ କର୍ମକର୍ତ୍ତା ଯୋଗ ଦେବେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୈଠକରେ ଯୋଗଦେଇ ଉଦବୋଧନ ଦେବା କାର୍ଯ୍ୟକ୍ରମ ରହିଛି । ସର୍ବଭାରତୀୟ ସ୍ତରରେ ବିଜେଡି ଏକ ପ୍ରମୁଖ ଆଞ୍ଚଳିକ ଦଳ ପାଲଟିଥିବା ବିଜେଡିର ୨୬ତମ ପୂର୍ତ୍ତି ଏବଂ ୨୭ତମ ପ୍ରତିଷ୍ଠା ଦିବସ ଆସନ୍ତା ୨୬ ଡିସେମ୍ବରରେ ରାଜ୍ୟର ପ୍ରତ୍ୟେକ ନିର୍ବାଚନମଣ୍ଡଳୀ ଓ ପୌରାଞ୍ଚଳରେ ପାଳନ ପାଇଁ ଦଳର ସଭାପତି ନିର୍ଦ୍ଦେଶ ଦେଇଛନ୍ତି ।

Related posts

ବିଜେଡିରୁ ସୁଜାତା ଯାଇପାରନ୍ତି ରାଜ୍ୟସଭା, ବିରୋଧ କଲେଣି ବରିଷ୍ଠ ନେତା

mahabharatanews

କଙ୍ଗାରୁ କୋର୍ଟକରି ମାଡ ମାରିଥିବା ଘଟଣାରେ ୮ ଜଣଙ୍କୁ କୋର୍ଟ ଚାଲାଣ

mahabharatanews

କରୋନାକୁ ହରାଇଲେ କ୍ୟାନ୍ସର ରୋଗୀ

mahabharatanews