ଓଡିଶା

୩୦ ଜିଲ୍ଲାରୁ ଆଉ ୧୯୭୭ କରୋନା ପଜିଟିଭ

(ମହାଭାରତ,ଭୁବନେଶ୍ୱର): ରାଜ୍ୟର ୩୦ ଜିଲ୍ଲାରୁ ଆଜି ୧୯୭୭ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୧୨୪୧ ଜଣ କ୍ୱାରେଣ୍ଟାଇନରୁ ଏବଂ ୭୩୬ ଜଣ ସ୍ଥାନୀୟ ଅଞ୍ଚଳରୁ ରହିଛନ୍ତି । ଏହାକୁ ମିଶାଇ ଶୁକ୍ରବାର ସୁଦ୍ଧା ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୫୪ ହଜାର ୬୩୦ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୮ ଲକ୍ଷ ୭ ହଜାର ୮୨୬ ନମୂନା ପରୀକ୍ଷା କରାଯାଇଛି । ଚିହ୍ନଟ ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ୩୭ ହଜାର ୯୦୦ ଜଣ ସୁସ୍ଥ ହୋଇନ୍ତି । ସେହିପରି ୩୧୪ ଜଣଙ୍କ କରୋନାରେ ମୃତ୍ୟୂ ହୋଇଥିବା ବେଳେ ୫୩ ଜଣ ଆକ୍ରାନ୍ତ ହେବା ପରେ ଅନ୍ୟ ରୋଗ କାରଣରୁ ପ୍ରାଣ ହରାଇଛନ୍ତି । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୧୬ ହଜାର ୩୫୩ ଜଣ ସକ୍ରିୟ ଆକ୍ରାନ୍ତ ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ।

Related posts

ଏକତରଫା ପ୍ରେମରେ ବିଫଳ ହେବାରୁ ନାବାଳିକାର ବାପାଙ୍କୁ ଯୁବକ କଲା ଛୁରାମାଡ଼

mahabharatanews

ଦେବସ୍ନାନ ପୂର୍ଣିମା ପାଇଁ ନୀତି ନିର୍ଘଣ୍ଟ ଚୂଡାନ୍ତ

mahabharatanews

ଭିଜୁଛି ସାରା ଓଡ଼ିଶା ; ଆଗାମୀ ତିନି ଦିନ ଯାଏ ବର୍ଷିବ ବର୍ଷା

mahabharatanews