Uncategorized

ଆତଙ୍କୀ ଆକ୍ରମଣରେ ଦୁଇ ପୁଲିସ କର୍ମୀ ସହିଦ

ଶ୍ରୀନଗର: ଜମ୍ମୁକାଶ୍ମୀରରେ ଆତଙ୍କବାଦୀଙ୍କ ଆକ୍ରମଣରେ ଦୁଇ ପୁଲିସ କର୍ମୀ ସହିଦ ହୋଇଛନ୍ତି । ଶୁକ୍ରବାର ସକାଳେ ଶ୍ରୀନଗର ନିକଟବର୍ତ୍ତୀ ନୌଗାମ୍ ବାଇପାସ୍ରେ ପୁଲିସ ପାର୍ଟି ଉପରେ ଏହି ଆକ୍ରମଣ ହୋଇଛି। ଆତଙ୍କବାଦୀଙ୍କ ଦ୍ବାରା କରାଯାଇଥିବା ଏହି ଆକ୍ରମଣରେ ଦୁଇ ଜଣ ପୋଲିସ କର୍ମୀ ସହିଦ ହୋଇଛନ୍ତି । ଏହି ଆକ୍ରମଣ କେଉଁ ଆତଙ୍କବାଦୀ ଗୋଷ୍ଠୀ କରିଛି ତାହା ଜଣାପଡି ନାହିଁ ।
ଗତ କିଛି ଦିନ ତଳେ ଆତଙ୍କବାଦୀଙ୍କ ପକ୍ଷରୁ ପୋଲିସ ଟିମ୍ ଏବଂ ସୈନ୍ୟବାହିନୀ ଉପରେ ଆତଙ୍କବାଦୀମାନେ ଆକ୍ରମଣ କରିଚାଲିଛନ୍ତି । ଦୁଇ ଦିନ ପୂର୍ବରୁ ବାରମୂଳା ସୋପୋରରେ ସୈନ୍ୟବାହିନୀ ଉପରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ଜଣେ ଯବାନ ଆହତ ହୋଇଥିଲେ ।

Related posts

କେନ୍ଦ୍ର କଟକଣାକୁ ରାଜ୍ୟ କୋହଳ କରି ପାରିବେ ନାହିଁ

mahabharatanews

ସତ୍ୟବାଦୀ ବିଜେଡିର ପ୍ରତିଷ୍ଠା ଦିବସରେ ଯୋଗଦେଲେ ପର୍ୟ୍ୟବେକ୍ଷକ ରଣେନ୍ଦ୍ର ପ୍ରତାପ ସ୍ଵାଇଁ

mahabharatanews

ଅନିଶ୍ଚିତତାରେ ଆମ ବସଷ୍ଟାଣ୍ଡ ଉଦ୍ ଘାଟନ

mahabharatanews