Uncategorized

ଦେଶରେ କରୋନା ସ୍ଥିତି ଅଣାୟତ: ଦିନକରେ ୬୪ ହଜାରରୁ ଅଧିକ ଆକ୍ରାନ୍ତ

(ନୂଆଦିଲ୍ଲୀ):ଭାରତରେ କରୋନା ସଂକ୍ରମଣ ଦିନକୁ ଦିନ ଦ୍ରୁତ ଗତିରେ ବଢିବାରେ ଲାଗିଛି । ଗତକାଲି ତୁଳନାରେ ଆଜି ଆକ୍ରାନ୍ତଙ୍କ ସଂଖ୍ୟା ଟିକେ କମ ରହିଛି । ଗତ ୨୪ ଘଣ୍ଟାରେ ଦେଶରେ ୬୪ ହଜାର ୫୫୩ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହକୁ ମିଶାଇ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୪ ଲକ୍ଷ ୬୧ ହଜାର ୧୯୦ରେ ପହଞ୍ଚିଛି। ସେହିପରି ଗୋଟିଏ ଦିନରେ ୧୦୦୭ ରୋଗୀ ପ୍ରାଣ ହରାଇଛନ୍ତି। ଫଳରେ ମୃତ୍ୟୁ ସଂଖ୍ୟା ୪୮ ହଜାର ୪୦କୁ ବୃଦ୍ଧି ପାଇଛି। ଏବେ ଭାରତରେ ୬ ଲକ୍ଷ ୬୧ ହଜାର ୫୯୫ ସକ୍ରିୟ କରୋନା ଆକ୍ରାନ୍ତ ରହିଛନ୍ତି । ସେହିପରି ୧୭ ଲକ୍ଷ ୫୧ ହଜାର ୫୫୫ ଜଣ ସୁସ୍ଥ ହୋଇଥିବା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି।

Related posts

ଦିଲ୍ଲୀ ବିଧାନସଭା ନିର୍ବାଚନ: ରାଷ୍ଟ୍ରପତିଙ୍କ ସମେତ ବରିଷ୍ଠ ନେତାଙ୍କ ମତଦାନ ସାବ୍ୟସ୍ତ

mahabharatanews

ମଥୁରା ନଗରୀରେ ଏକ ସପ୍ତାହ ପୂର୍ବରୁ ଆରମ୍ଭ ହୋଇଥାଏ ହୋଲି ପର୍ବ

mahabharatanews

ମାର୍ଚ୍ଚ ୨୮ରୁ ଗଡିବ ରାମାୟଣ ଏକ୍ସପ୍ରେସ

mahabharatanews