(ମହାଭାରତ/ଭୁବନେଶ୍ୱର): ରେର୍କଡ ପରେ ରେର୍କଡ ଭାଙ୍ଗୁଛି କରୋନା । ଆଜି ରାଜ୍ୟବ୍ୟାପି ୩୦ ଜିଲ୍ଳାରୁ ୪୨୭୦ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଆଜିର ଆକ୍ରାନ୍ତଙ୍କ ମଧ୍ୟରୁ ୨୪୭୮ ଜଣ କ୍ୱାରେନଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୧୭୯୨ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି । ଏନେଇ ସୁଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୁଚନା ଦିଆଯାଇଛି ।
ଆଜି ପୁଣି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୮୭୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି କଟକରୁ ୩୭୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ପୁରୀରୁ ୨୮୭, ବାଲେଶ୍ୱରରୁ ୧୫୦, ଯାଜପୁରରୁ ୧୬୨, ସମ୍ବଲପୁର ୧୧୪, ମୟୁରଭଞ୍ଜରୁ ୧୩୧, ବରଗଡ ୧୮୩, ଝାରସୁଗୁଡା ୧୨୧, ଅନୁଗୁଳ ୧୪୭ ଜଣ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତେବେ ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ଆକ୍ଟିଭ୍ କେସ୍ ୩ ଲକ୍ଷ ୬୪ ହଜାର ୭୩ ରହିଛି । ଏଥିସହ ୧,୨୫,୭୩୮ ଜଣ ସୁସ୍ଥ ହୋଇଛନ୍ତି ।
previous post
next post