ଓଡିଶା

ତାଳଚେରରେ ସର୍ବାଧିକ ବର୍ଷା ରେକର୍ଡ

(ଭୁବନେଶ୍ୱର): ରାଜ୍ୟରେ ଏବେ ମଧ୍ୟ ଲଘୁଚାପ ଜନିତ ବର୍ଷା ଜାରି ରହିଛି । ୨୪ ଘଣ୍ଟା ମଧ୍ୟରେ ତାଳଚେରରେ ସର୍ବାଧିକ ୩୯୪ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ତରଫରୁ କୁହାଯାଇଛି ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୭ଟି ସ୍ଥାନରେ ଅତି ଭୀଷଣ ବର୍ଷା ହୋଇଛି । ସେହିପରି ୩୫ଟି ସ୍ଥାନରେ ଅତି ପ୍ରବଳ ବର୍ଷା ହୋଇଥିବା ବେଳେ ୪୫ଟି ସ୍ଥାନରେ ପ୍ରବଳ ବର୍ଷା ହୋଇଛି । ଗଭୀର ଅବପାତନ ପ୍ରଭାବ ଏବେ ବି ରାଜ୍ୟରେ ସକ୍ରିୟ ରହିଛି । ଏହା ପ୍ରଭାବରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାରୁ ୧୪ଟି ଜିଲ୍ଲା ପାଇଁ ୟେଲୋ ୱାଣ୍ଣିଂ ଜାରି କରାଯାଇଛି । ସେହି ଜିଲ୍ଲା ଗୁଡ଼ିକ ହେଉଛି ଝାରସୁଗୁଡ଼ା, ସୁନ୍ଦରଗଡ଼, ମୟୁରଭଞ୍ଜ, ଭଦ୍ରକ, ବାଲେଶ୍ୱର, କେନ୍ଦ୍ରାପଡ଼ା, ଯାଜପୁର, ଦେବଗଡ଼, ସମ୍ବଲପୁର, ନୂଆପଡ଼ା, ବଲାଙ୍ଗିର, ନବରଙ୍ଗପୁର, କେନ୍ଦୁଝର ଓ ବରଗଡ଼ ପାଇଁ ସତର୍କ ସୂଚନା ରହିଛି ।

Related posts

ଖଇରମାଳ ବ୍ୟାରେଜ ନିର୍ମାଣ ଦାବି ନେଇ ପୁଣି ଉଠିଲା ସ୍ୱର

mahabharatanews

ତାଳପଦା ସାଇଦୁର୍ଗା ସ୍ୱୟଂ ସହାୟକ ଗୋଷ୍ଠି ଦ୍ୱାରା ୫୦୦ ମାସ୍କ ବଣ୍ଟନ

mahabharatanews

ପ୍ରବାସୀ ଶ୍ରମିକଙ୍କ ଭଡା ଦେବେ ରାଜ୍ୟ ସରକାର

mahabharatanews