(ଭୁବନେଶ୍ୱର) : ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ । ଆଗାମୀ ୩ ଦିନ ଯାଏଁ ପାଣିପାଗରେ ବିଶେଷ ପରିବର୍ତନ ହେବନାହିଁ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ହିଟ୍ ୱେଭ ନେଇ ଆଜି ୧୩ ଜିଲ୍ଲାକୁ ୱାର୍ଣ୍ଣିଂ ଜାରି କରିଛି ପାଣିପାଭ ବିଭାଗ । ଉପକୂଳ ଓଡ଼ିଶାରେ ଏକରୁ ଦୁଇ ଡିଗ୍ରୀ ତାପମାତ୍ରା କମିବା ନେଇ ଆକଳନ କରାଯାଇଛି । ତେବେ ଆସନ୍ତା ୬ ତାରିଖ ବେଳକୁ ତାପମାତ୍ରାରେ ୩ରୁ ୪ ଡିଗ୍ରୀ ହ୍ରାସ ଘଟିବାର ସମ୍ଭାବନା ରହିଛି ।
ସୂଚନାନୁଯାୟୀ , ଗ୍ରୀଷ୍ମ ପ୍ରବାହ ନେଇ ମୟୁରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ଝାରସୁଗୁଡା. ସମ୍ବଲପୁର, ଦେଓଗଡ଼, ଅନୁଗୁଳୁ, ବୌଦ୍ଧ, ସୋନପୁର, ବଲାଙ୍ଗୀର, ନୂଆପଡା ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ସେହିପରି ବରଗଡ଼ ଏବଂ ବାଲେଶ୍ୱର ଜିଲ୍ଲାକୁ ହିଟୱେଭ ନେଇ ୟୋଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।
