ଓଡିଶା

 ଆଗାମୀ ୨୪ ଘଣ୍ଟାରେ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ

(ଭୁବନେଶ୍ୱର) : କାଳବୈଶାଖୀ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ସର୍ବୋଚ୍ଚ ତାପମାତ୍ରା ହ୍ରାସ ପାଇଛି। ଗତକାଲିଠାରୁ କାଳବୈଶାଖୀ ପାଇଁ ବାୟୁମଣ୍ଡଳର ମଧ୍ୟ ଓ ଉପରି ଭାଗରେ ବାୟୁ ଚଳାଚଳ ସମ୍ପୂର୍ଣ୍ଣ ଅନୁକୂଳ ରହିଛି। ପ୍ରଭାବରେ ବିଜୁଳି ଘଡ଼ଘଡ଼ି ସହ ପବନ ତଥା କିଛି ଜିଲ୍ଲାରେ କୁଆପଥର ବର୍ଷା ଜାରି ରହିଛି।

ସୂଚନାନୁଯାୟୀ , ଏହାସତ୍ତ୍ବେ ଖୋର୍ଦ୍ଧା, କେନ୍ଦ୍ରାପଡ଼ା, ଯାଜପୁର ଓ ଜଗତ୍‌ସିଂହପୁର ଜିଲ୍ଲାରେ ଆଜି ଗ୍ରୀଷ୍ମ ପ୍ରବାହ (ହିଟ୍‌‌ୱେଭ୍‌) ଜାରି ରହିଛି। ରାଜଧାନୀ ଭୁବନେଶ୍ବର ସହରରେ ଚଳିତ ଋତୁର ସର୍ବୋଚ୍ଚ ତାପମାତ୍ରା ଆଜି ୪୩.୮ ଡିଗ୍ରି ରେକର୍ଡ କରାଯାଇଛି। କେବଳ ଓଡ଼ିଶା ନୁହେଁ, ସାରା ଦେଶରେ ଏହା ସବୁଠାରୁ ଉତ୍ତପ୍ତ ସହରରେ ପରିଣତ ହୋଇଛି। ଆଗାମୀ ୨୪ ଘଣ୍ଟା ପର୍ଯ୍ୟନ୍ତ ଗାଙ୍ଗେଟିକ୍‌ ପଶ୍ଚିମବଙ୍ଗରେ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଜାରି ରହିବାକୁ ଥିବା ବେଳେ ଓଡ଼ିଶା ଓ ତାଲିମନାଡ଼ୁର କେତେକ ସ୍ଥାନରେ ହିଟ୍‌ୱେଭ୍‌ ସ୍ଥିତି ଲାଗିରହିବ।

Related posts

ପ୍ରଗତି ମୈଦାନରେ ଓଡିଶା ରାଜ୍ୟ ଦିବସ ପାଳିତ

mahabharatanews

ଲକଡାଉନ ପାଇଁ ଶ୍ରମିକଙ୍କ ଆତ୍ମହତ୍ୟା

mahabharatanews

ଚେକଡ୍ୟାମ ଭିତରକୁ ଖସି ପଡିଲା ଜିପ୍

mahabharatanews