ଓଡିଶା

୨୪ ଘଣ୍ଟାରେ ଲଘୁଚାପ, ୧୯ ଜିଲ୍ଲାରେ ୟେଲୋ ୱାର୍ଣ୍ଣିଂ ଜାରି

(ଓଡିଶା) : ରାଜ୍ୟକୁ ଛୁଁଇଲା ମୌସୁମୀ । ଓଡ଼ିଶାରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପ୍ରବେଶ କରିଛି । ଏନେଇ ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ମୌସୁମୀ ଆଗମନ ସହ ରାଜ୍ୟବ୍ୟାପୀ ବର୍ଷା ଲାଗି ରହିଛି । ତେବେ ଆଜି ୧୯ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ୨୬ ତାରିଖରେ ୧୦ ଜିଲ୍ଲାକୁ ଅରେଞ୍ଜ ଓ୍ଵାର୍ଣ୍ଣିଂ ଜାରି କରାଯାଇଛି । ଏହି ୧୦ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି ।

ସେହିପରି ୫ଟି ଜିଲ୍ଲା କଟକ, ଯାଜପୁର, ଢେଙ୍କାନାଳ, କେନ୍ଦୁଝର ଓ ମୟୂରଭଞ୍ଜରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ । ତେବେ ୨୫ତାରିଖରୁ ବଢିବ ବର୍ଷାର ପରିମାଣ । ଆସନ୍ତା ୭ ଦିନ ଯାଏ ଓଡ଼ିଶାରେ ବର୍ଷା ଲାଗି ରହିବ। ମାଲକାନଗିରି, କୋରାପୁଟ, ଗଜପତି ଜିଲ୍ଲାକୁ ମୌସୁମୀ ଛୁଇଁଥିବା ବେଳେ ଆଗାମୀ ୨ ଦିନରେ ସାରା ରାଜ୍ୟରେ ମୌସୁମୀ ପ୍ରଭାବରେ ବର୍ଷା ହେବ।

Related posts

ରାଜ୍ୟରେ ପୁଣି ୧୦ ଜଣଙ୍କ ଜୀବନ ନେଲା କରୋନା

mahabharatanews

କରୋନା ମୁକାବିଲା ପାଇଁ ଅଧିକ ସତର୍କ ରହିବାକୁ ପୁରୀ ଜିଲ୍ଲାପାଳଙ୍କ ପରାମର୍ଶ

mahabharatanews

କରୋନା ପାଇଁ ପର୍ଯ୍ୟଟନ ଶିଳ୍ପ ମାନ୍ଦା

mahabharatanews