ଓଡିଶା

ତିର୍ତ୍ତୋଲ ବ୍ଳକର ତିନି ଗାଁ ଜଳବନ୍ଦୀ

ଜଗତସିଂହପୁର: ରାଜ୍ୟର ଜାରି ରହିଛି ବର୍ଷା । ଫଳରେ ମହାନଦୀରେ ବନ୍ୟା ଜଳ ବୃଦ୍ଧି ପାଇବାରେ ଲାଗିଛି । ମହାନଦୀରେ ଜଳ ବଢିବା ଯୋଗୁ ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଳକର ୩ ଗାଁ ଜଳବନ୍ଦୀ ହୋଇଛି।  ତିର୍ତ୍ତୋଲ ବ୍ଲକ କୋଟକଣା ଗାଁ ବାହ୍ୟ ଜଗତରୁ ବିଛିନ୍ନ ହୋଇଛି । ଗାଁକୁ ସଂଯୋଗ ହୋଇଥିବା ରାସ୍ତା ଉପର ବନ୍ୟା ଜଳ ପ୍ରବାହିତ ହେଉଥିବା ବେଳେ ୨୦ରୁ ଉର୍ଦ୍ଧ ପରିବାର ଜଳବନ୍ଦୀ ହୋଇପଡିଛନ୍ତି । ଏମାନଙ୍କୁ ସ୍ଥାନନ୍ତର ପାଇଁ ପ୍ରଶାସନ ପକ୍ଷରୁ ବ୍ୟବସ୍ଥା କରାଯାଉଛି ବୋଲି ସୂଚନ ମିଳିଛି । ସେହିପରି ତିର୍ତ୍ତୋଲ ଆଦିବାସୀ ସାହି ଓ ମଣିଜଙ୍ଗା ଗାଁରେ ବନ୍ୟା ଜଳ ପଶିଛି । ଏ-ହି ଗାଁ ର ପ୍ରାୟ ୨୦ ରୁ ଉର୍ଦ୍ଧ ପରିବାର ଘର ଛାଡ଼ି ନଦୀ ବନ୍ଧ ଉପରେ ଆଶ୍ରୟ ନେଇଛନ୍ତି । ବନ୍ୟା ଜଳ ବୃଦ୍ଧି ପାଇବା ଯୋଗୁ ଅନେକଙ୍କ ଘର ଭିତରେ ମଧ୍ୟ ପାଣି ପଶିଛି । ବନ୍ୟା ଯୋଗୁଁ ବ୍ୟାପକ ଫସଲ ମଧ୍ୟ ବୁଡିଯାଇ ନଷ୍ଟ ହୋଇଛି । ଲୋକମାନେ ନିଜ ଚେଷ୍ଟାରେ ନଦୀ ବନ୍ଧରେ ପଲିଥିନ ଟାଣି ଆଶ୍ରୟ ନେଇଥିବା ବେଳେ ପ୍ରଶାସନ ଏଥିପ୍ରତି ସଜାଗ ଥିବା ବେଳେ ଜଳସଂପଦ ବିଭାଗ ସ୍ଥିତି ଅନୁଧ୍ୟାନ କରୁଥିବା ଦେଖିବାକୁ ମିଳିଛି।

Related posts

ଲୋକାର୍ପିତ ହେଲା ବହୁପ୍ରତୀକ୍ଷିତ ନେତାଜୀ ବସ୍ ଟର୍ମିନାଲ୍ 

mahabharatanews

ମ।।ଲକାନାଗିରି ଗସ୍ତରେ କେନ୍ଦ୍ର ମାଓ ପରାମର୍ଶଦାତା

mahabharatanews

ସରକାରୀ ବାବୁଙ୍କ ୧୦୬ ପ୍ଲଟ୍

mahabharatanews