ଓଡିଶା

‘ଓଡ଼ିଶା ଗବେଷଣା କେନ୍ଦ୍ର’ ଉଦଘାଟିତ

(ଭୁବନେଶ୍ୱର) : ଓଡ଼ିଶା ଓ ଛତିଶଗଡର ରାଜ୍ୟପାଳଙ୍କ ଦ୍ୱାରା ‘ଓଡ଼ିଶା ଗବେଷଣା କେନ୍ଦ୍ର’ ଉଦଘାଟିତ ହୋଇଛି । ବର୍ତ୍ତମାନ ସମୟରେ ଗବେଷଣା ଆଧାରରେ ଓଡ଼ିଆ ସମାଜର ମୂଳ ସତ୍ୟତାକୁ ତଥ୍ୟ ଆଧାରରେ ପ୍ରମାଣିତ କରି ପ୍ରକୃତ ସତ୍ୟତାର ଉନ୍ମୋଚନ କରିବା ପାଇଁ ହେବ । ପବିତ୍ର କାର୍ତ୍ତିକ ପୂର୍ଣ୍ଣିମାରେ ସମ୍ବିଧାନ ଦିବସ ଅବସରରେ ଆଜି ଭୁବନେଶ୍ୱରରେ ଓଡ଼ିଶାର ମାନ୍ୟବର ରାଜ୍ୟପାଳ ରଘୁବର ଦାସ, ଛତିଶଗଡ଼ର ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ ‘ଓଡ଼ିଶା ଗବେଷଣା କେନ୍ଦ୍ର’ର ଶୁଭ ଉଦଘାଟନ ହୋଇଯାଇଛି ।

ସୂଚନାନୁଯାୟୀ ,  ଓଡ଼ିଶା ଗବେଷଣା କେନ୍ଦ୍ରରେ ଓଡ଼ିଶା ଓ ଓଡ଼ିଆଙ୍କ ଜନଜୀବନକୁ ନେଇ ଗବେଷଣା କରୁଥିବା ବ୍ୟକ୍ତିବିଶେଷଙ୍କ ସହ ଯୁବ ଗବେଷକ ଏବଂ ଓଡ଼ିଆ ଲୋକଙ୍କୁ ଯୋଡିବାକୁ ହେବ । ଏହି କାର୍ଯ୍ୟକ୍ରମରେ ଅନ୍ୟାନ୍ୟ ସାଂସଦ ଭର୍ତ୍ତୃହରି ମହତାବଙ୍କ ସମେତ ଓଡ଼ିଆ ଭାଷା, କଳା ଓ ସଂସ୍କୃତି ଓ ଶିକ୍ଷାକୁ ବ୍ୟାପକ କରିଥିବା ବିଶିଷ୍ଟ ବ୍ୟକ୍ତିବିଶେଷଙ୍କ ଉପସ୍ଥିତିରେ ଆଜିର ଏହି ରିସର୍ଚ୍ଚ ସେଣ୍ଟରର ଲୋକାର୍ପଣ ଆମ ରାଜ୍ୟ ପାଇଁ ଏକ ଗୌରବମୟ ଉପଲବ୍ଧି । ଭାରତୀୟ ସାମାଜିକ ବିଜ୍ଞାନ ଗବେଷଣା ପରିଷଦ (ICSSR) ଅଧୀନରେ ଥିବା ଓଡ଼ିଶା ଗବେଷଣା କେନ୍ଦ୍ର (ORC) ଆରମ୍ଭ କରାଯାଇଛି ।

Related posts

ଆଠଗଡ଼ ମହୋତ୍ସବର ଉଦଯାପନୀ ସନ୍ଧ୍ୟାରେ ଯୋଗଦେଲେ କଟକ ସାଂସଦ ଭର୍ତ୍ତୃହରି ମହତାବ

mahabharatanews

ଆସନ୍ତା ୧୦ ତାରିଖକୁ ମାଣ୍ଡିଆ ଦିବସ ଭାବେ ପାଳନ କରିବେ ରାଜ୍ୟ ସରକାର

mahabharatanews

ପୂର୍ବତନ ପୁଲିସ୍ ମହାନିର୍ଦ୍ଦେଶକ ଶ୍ୟାମ ନାରାୟଣ ତିୱାରୀଙ୍କ ୮୧ବର୍ଷରେ ପରଲୋକ

mahabharatanews