ମନୋରଞ୍ଜନ

କ୍ଷମା ମାଗିଲେ ଫେରାର ଥିବା ଅଭିନେତା ମନସୁର ଅଲି ଖାନ୍

(ମୁମ୍ବାଇ) :  ଗିରଫ ଭୟରେ ସାଉଥ ଷ୍ଟାର ତ୍ରିଶା କ୍ରିଷ୍ଣନନଙ୍କୁ କ୍ଷମା ମାଗି‌ଲେ ଅଭିନେତା ମନସୁର ଅଲି ଖାନ୍। ତ୍ରିଶାଙ୍କୁ ନେଇ ଦେଇଥିବା ମନ୍ତବ୍ୟ ପାଇଁ ଏତଲା ରୁଜୁ ହେବା ସହ ପୁଲିସ ପଚରାଉଚରା କରିବାକୁ ସମନ ପଠାଇବାରୁ ଅ‌ଭିନେତା ଫେରାର ହୋଇଯାଇଥିଲେ ।  ହେଲେ ଏବେ କ୍ଷମା ମାଗି ମନସୁର ଅଲି ଖାନ କହିଛନ୍ତି, ‘ଫିଲ୍ମ ଇଣ୍ଡଷ୍ଟ୍ରିରେ ଥିବା ମୋର ସହକଳାକାର ତ୍ରିଶା, ଦୟାକରି ମୋତେ କ୍ଷମା କରନ୍ତୁ। ମୁଁ ଆଶା କରୁଛି ଯେ ତୁମ ବିବାହରେ ତୁମକୁ ଆଶୀର୍ବାଦ ଦେବା ପାଇଁ ଭଗବାନ ମୋତେ ଦିନେ ସୁଯୋଗ ଦେବେ।’

ସୂଚନାନୁଯାୟୀ,  ମନସୁର କିଛି ଦିନ ତଳେ କହିଥିଲେ ଯେ, “ଯେତେବେଳେ ମୁଁ ଶୁଣିଲି ଯେ ‘ଲିଓ’‌ରେ ତ୍ରିଶା ମଧ୍ୟ ଅଛନ୍ତି ସେତେବେଳେ ମୁଁ ଭାବିଥିଲି ଫିଲ୍ମରେ ମୋର ଦୁଷ୍କର୍ମ ଦୃଶ୍ୟ ରହିବ। ମୁଁ ଭାବିଥିଲି ମୁଁ ତାଙ୍କୁ ଟେକି ଶୋଇବା ଘରକୁ ନେଇଯିବି ଯେପରି ମୁଁ ମୋର ପୂର୍ବ ସିନେମାରେ ଅନ୍ୟ ଅଭିନେତ୍ରୀମାନଙ୍କ ସହିତ କରିଥିଲି। ମୁଁ ବହୁତ ଦୁଷ୍କର୍ମ ଦୃଶ୍ୟ କରିସାରିଛି ଏବଂ ଏହା ମୋ ପାଇଁ ନୂଆ ନୁହେଁ। କିନ୍ତୁ ‘ଲିଓ’ର ସୁଟିଂ ସମୟରେ ମୋତେ ତ୍ରିଶାଙ୍କ ଝଲକ ମଧ୍ୟ ଦେଖିବାକୁ ମିଳିଲାନି।”

Related posts

ଖିଲାଡୀ ବୟଙ୍କ ଚଳଚ୍ଚିତ୍ର ‘ମିଶନ ରାନିଗଞ୍ଜ’ର ଟ୍ରେଲର ରିଲିଜ 

mahabharatanews

ସୌରିନ ଭଟ୍ଟଙ୍କ ଘରେ ଚଢ଼ଉ କଲା କୋଲକତା ଓ କଟକ ପୋଲିସ

mahabharatanews

ରଣବୀରଙ୍କ ଜନ୍ମଦିନରେ ଫିଲ୍ମ ‘Animal’ର ଟିଜର ରିଲିଜ 

mahabharatanews