(ଭୁବନେଶ୍ୱର) : ଶୀତ ସାଙ୍ଗକୁ କାଲୁଆ ପବନ କଲବଲ କରୁଛି। ବିନା ଶୀତ ବସ୍ତ୍ରରେ ଲୋକେ ଘରୁ ପଦାକୁ ବାହରିବା ମୁସ୍କିଲ ହୋଇପଡ଼ିଛି। ସପ୍ତାହେ ହେଲା ଅଧିକାଂଶ ଅଞ୍ଚଳରେ ରାତିର ପାରଦ ୧୫ ଡିଗ୍ରି ତଳକୁ ଖସି ଥିବା ବେଳେ ଗତ ୨୪ ଘଣ୍ଟାରେ ରାଜ୍ୟର ଅଧିକାଂଶ ସ୍ଥାନରେ ଚଳିତବର୍ଷର ସର୍ବନିମ୍ନ ତାପମାତ୍ରା ରେକର୍ଡ ହୋଇଛି। ୧୬ଟି ସ୍ଥାନରେ ରାତିର ତାପମାତ୍ରା ୧୦ ଡିଗ୍ରି କିମ୍ବା ତା’ଠାରୁ କମ୍ ରହିଥିଲା।
ସୂଚନାନୁଯାୟୀ, କନ୍ଧମାଳ ଜିଲ୍ଲା ଜି. ଉଦୟଗିରିଠାରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୪ ଡିଗ୍ରିକୁ ଖସିଛି। ସେହିପରି କେରାପୁଟ ଜିଲ୍ଲା ସେମିଳିଗୁଡାରେ ୫.୭ ଡିଗ୍ରି ରହିଥିବା ବେଳେ କନ୍ଧମାଳ ଜିଲ୍ଲା ଫୁଲବାଣୀରେ ୬.୫, ସୁନ୍ଦରଗଡ଼ ଜିଲ୍ଲାର କିରେଇରେ ୬.୬, କୋରାପୁଟରେ ୭.୬, ଅନୁଗୁଳ ଓ ଦାରିଙ୍ଗବାଡ଼ିରେ ୮, ରାଉରକେଲାରେ ୮.୩, କେନ୍ଦୁଝରରେ ୮.୪, ସୁନ୍ଦରଗଡ଼ରେ ୮.୬, ଭବାନୀପାଟଣା, ଝାରସୁଗୁଡ଼ା ଓ ନବରଙ୍ଗପୁରରେ ୯, ଭଦ୍ରକର ରାଣୀତାଲରେ ୯.୧, ସୋନପୁରରେ ୯.୭ ଓ ବଲାଙ୍ଗୀରଠାରେ ୧୦ ଡିଗ୍ରି ରେକର୍ଡ କରାଯାଇଛି।
