ଓଡିଶା

ରାଜ୍ୟରେ ମେଘୁଆ ପାଗ ସହ ହାଲୁକା ବର୍ଷା ସମ୍ଭାବନା

(ଭୁବନେଶ୍ୱର) :  ରାଜ୍ୟରେ ଲଗାତାର ବଢୁଛି ଶୀତ ସହ କୁହୁଡି । ଫଳରେ ଅଚାନକ ଦୁର୍ଘଟଣା ହେଉଛି । ଘନକୁହୁଡ଼ି ହେତୁ ୧୦ ଜିଲ୍ଲାରେ ୟେଲୋ ଆଲର୍ଟ ଜାରି କରାଯାଇଛି । ଦୁର୍ଘଟଣା ପ୍ରବଣ ଅଞ୍ଚଳରେ ପାଟ୍ରୋଲିଂ ବଢାଇବା ସହ ଡ୍ରାଇଭର ମାନଙ୍କୁ ସଚେତନ କରିବା ପାଇଁ ପରାମର୍ଶ ଦିଆଯାଇଛି ।

ସୂଚନାନୁଯାୟୀ ,ଉପକୂଳ ଓଡ଼ିଶା ସମେତ କେନ୍ଦ୍ରୀୟ ଓଡ଼ିଶାରେ ପାଗ ଶୁଖିଲା ସହ ପ୍ରବଳ ଖରା ଅନୁଭୂତ ହେଉଥିବା ବେଳ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାରେ ମେଘୁଆ ପାଗ ସହ ହାଲୁକା ବର୍ଷା ସମ୍ଭାବନା ଥିବା ସୂଚନା ଦେଇଛି ପାଣିପାଗ ବିଭାଗ ।  ଫେବ୍ରୁଆରୀରେ ପୁଣି ୩୫ ଡିଗ୍ରୀ ଛୁଇଁଛି ତାପମାତ୍ରା। ରାଜ୍ୟରେ ଶୀତ କମୁଥିବାବେଳେ ଅଧିକ ରହୁଛି କୁହୁଡ଼ି । ଏଥିପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଘନକୁହୁଡ଼ି ପାଇଁ ୧୦ ଜିଲ୍ଲାରେ ୟେଲୋ ଆଲର୍ଟ ଜାରି କରାଯାଇଛି।  ଅନ୍ୟପଟେ ଆଜି ଓ ଆସନ୍ତାକାଲି ମଧ୍ୟ କିଛି ଜିଲ୍ଲାରେ ବର୍ଷା ହୋଇପାରେ ।

Related posts

ସରକାରଙ୍କ ଶ୍ରମିକ ବିରୋଧୀ ନୀତି ବିରୁଦ୍ଧରେ ଆଇଏନଟିୟୁସିର ଦେଶ ବ୍ୟାପି ଆନ୍ଦୋଳନ ଡାକରା

mahabharatanews

ଦବଙ୍ଗ ଗିରି ଦେଖାଇ ଚର୍ଚ୍ଚାରେ ଡାକ୍ତର

mahabharatanews

ନୂଆ କରି ଚୟନ କରାଯାଇଥିବା ୭ଟି ବିଭାଗର ୧ ହଜାର ୬୮୬ ଜଣ ପ୍ରାର୍ଥୀଙ୍କୁ ନିଯୁକ୍ତି ପତ୍ର ଦେବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

mahabharatanews