ଓଡିଶା

ରେଳ ଦୁର୍ଘଟଣା: ସିବିଆଇ ତଦନ୍ତ ଆରମ୍ଭ

(ବାହାନଗା) : ବାହାନଗା ଦୁର୍ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କଲା ସିବିଆଇ ଟିମ୍ । କେଉଁ କାରଣରୁ ଏପରି ଭୟଙ୍କର ଦୁର୍ଘଟଣା ଘଟିଲା ଉତ୍ତର ଖୋଜିବା ପାଇଁ ଆକ୍ସନ ମୋଡରେ ସିବିଆଇ । ଗତକାଲି ସିବିଆଇକୁ ଭାରତୀୟ ରେଳବାଇ ବୋର୍ଡ ତଦନ୍ତ କରିବା ପାଇଁ ସୁପାରିଶ କରିଥିଲା । ଯାହା ପରେ ସିବିଆଇର ଏକ ଦଶ ଜଣିଆ ଟିମ୍ ଆଜି ବାହାନଗାରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ସୂଚନାନୁଯାୟୀ , ବାଲେଶ୍ବରଠାରୁ ୨୨ କିମି ଦୂର ବାହାନଗା ରେଳ ଷ୍ଟେସନ୍‌ଠାରେ ଘଟିଥିବା ଭୟାନକ ଦୁର୍ଘଟଣାରେ ପ୍ରାଣ ହରାଇଥିବା ମୃତକଙ୍କ ଚିହ୍ନଟ ପ୍ରକ୍ରିୟା ଆରମ୍ଭ ହୋଇଛି। ଘଟଣାସ୍ଥଳରେ ମୃତକଙ୍କ ପରିବାର ପହଂଚିଛନ୍ତି  । ଯେଉଁମାନେ ମୃତକଙ୍କୁ ଚିହ୍ନଟ କରୁଛନ୍ତି, ସେମାନଙ୍କୁ ମୃତଦେହ ହସ୍ତାନ୍ତର କରାଯାଉଛି। ସ୍ଥାନୀୟ ସୂତ୍ର ଅନୁସାରେ ମୃତକଙ୍କ ସଂଖ୍ୟା ଏଯାବତ୍ ୨୬୧ ଟପି ଯାଇଥିବା ଜଣାପଡ଼ିଛି।

Related posts

ଝାଡ଼ାବାନ୍ତିରେ ଗଲାଣି ୬ ଜଣଙ୍କ ଜୀବନ

mahabharatanews

ରଥଯାତ୍ରା ପୁନର୍ବିଚାର କେଶ ଲଢିବେ ସାବରିମାଲା ଓକିଲ

mahabharatanews

ଆଇସିଡିଏସ ସୁପରଭାଇଜର ଲାଞ୍ଚ ଟଙ୍କା ନେବା ବେଳେ…

mahabharatanews