ଓଡିଶା

 ଖରାରୁ ସାମାନ୍ୟ ଆଶ୍ୱସ୍ତି 

(ଭୁବନେଶ୍ୱର) : ରାଜ୍ୟରେ କାଳବୈଶାଖୀ ପ୍ରଭାବ ଯୋଗୁଁ ଲୋକଙ୍କୁ ଖରାରୁ ସାମାନ୍ୟ ଆଶ୍ୱସ୍ତି ମିଳିଛି । ଏହାରି ମଧ୍ୟରେ ଆହୁରି ୫ ଦିନ ବର୍ଷା ହେବ ବୋଲି ପୂର୍ବାନୁମାନ କରାଯାଇଛି । ଆସନ୍ତା ୨-୩ଦିନ ଯାଏ ରାଜ୍ୟରେ ଝଡ଼ବର୍ଷା ସମ୍ଭାବନା ରହିଛି । ରାଜ୍ୟର ବିଭିନ୍ନ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ।

ସୂଚନାନୁଯାୟୀ , ତେବେ କାଳବୈଶାଖୀ ପ୍ରଭାବ ୫ ଦିନ ପର୍ଯ୍ୟନ୍ତ ରହିବା ସହ ଦିନ ତାପମାତ୍ରା ଆଉ ବଢିବନି । ୧୦ ତାରିଖ ପରେ ପାଗରେ ପରିବର୍ତ୍ତନ ସମ୍ଭାବନା ରହିଛି । କାଳବୈଶାଖୀ ପ୍ରଭାବରେ ଆଭ୍ୟନ୍ତରୀଣ ଓଡ଼ିଶାର ଅନେକ ସ୍ଥାନରେ ୮ରୁ ୯ ଡିଗ୍ରୀ ଯାଏ ଖସିଛି ତାତି। ଗତକାଲି ରାଜ୍ୟରେ ୨୦ ସହରରେ ପାରଦ ୩୫ ଡିଗ୍ରୀ ତଳେ ରହିଥିଲା । ପାଣିପାଗ ବିଭାଗ ରେକର୍ଡ କହୁଛି, ଗତ ୧୫ ବର୍ଷରେ ସର୍ବାଧିକ ଗ୍ରୀଷ୍ମପ୍ରବାହ ୨୦୧୦ରେ ଏପ୍ରିଲ ମାସରେ ୨୩ ଦିନ ଦୁଇଟି ଅବଧିରେ ଅନୁଭୂତ ହୋଇଥିଲା । କିନ୍ତୁ ୨୦୧୬ରେ ଲଗାତର ଭାବେ ୨୧ ଦିନ ଅର୍ଥାତ୍ ୧୦ ଏପ୍ରିଲରୁ ୩୦ ଏପ୍ରିଲ ଯାଏଁ ରହିଥିଲା ଗ୍ରୀଷ୍ମପ୍ରବାହ ।

Related posts

ରାଜ୍ୟରେ କମିବ ବର୍ଷାର ପରିମାଣ 

mahabharatanews

ଆକ୍ସନ ମୋଡରେ ସରକାର, ଶଙ୍ଖ ଭବନର ହେବ ତଦନ୍ତ

mahabharatanews

ବରିଷ୍ଠ ବିଜେଡି ନେତା ବିଷ୍ଣୁ ଦାସଙ୍କ ପରଲୋକ

mahabharatanews